Below header

Xiaomi ଆଣୁଛି ଇଲେକଟ୍ରିକ ବ୍ଲାଙ୍କେଟ୍‌, ଆପ୍ ସାହାଯ୍ୟରେ କରିପାରିବେ ଅନ୍-ଅଫ୍‌

ସାଓମି ଏକ ଖାସ୍ ପ୍ରକାରର କମ୍ବଳ ଲଞ୍ଚ କରିବାକୁ ଯାଉଛି। ଟେକ ଜଏଣ୍ଟ କ୍ରାଉଟ ଫଣ୍ଡିଂ ଜରିଆରେ ପିଏମଏ ଇଲେକଟ୍ରିକ ବ୍ଲାଙ୍କେଟକୁ ତିଆରି କରିବା ପାଇଁ କମ୍ପାନୀ ଘୋଷଣା କରିଛି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ନିକଟରେ କମ୍ପାନୀ ଆପ୍ କଣ୍ଟ୍ରୋଲ ମାଧ୍ୟମରେ ସ୍ମାର୍ଟ Mi ଇଲେକଟ୍ରିକ ହିଟର 1s ଏବଂ Chanitex ସ୍ମାର୍ଟ ଟେମ୍ପରେଚର କେଣ୍ଟ୍ରୋଲଡ୍ ମ୍ୟାଟ୍ରେସ ଲଞ୍ଚ କରିଥିଲା। ଏହାସହିତ କମ୍ପାନୀ ଅନେକ ଗରମ ଜ୍ୟାକେଟକୁ ମଧ୍ୟ ଲଞ୍ଚ କରିଛି।

ସମ୍ପୂର୍ଣ୍ଣ ଭାବରେ ସୁରକ୍ଷିତ

blanketଏହି ଇଲେକଟ୍ରିକ ବ୍ଲାଙ୍କେଟରେ ବହୁତ କମ୍ ଡିଜାଇନ୍ କରାଯାଇଛି। ଏହି ବ୍ଲାଙ୍କେଟ ଦୁଇଟି ଅଲଗା ଅଲଗା ଭର୍ସନରେ ଆସୁଛି। ପ୍ରଥମଟି ହେଉଛି ଗ୍ରେଫିନ ଭର୍ସନ ଏବଂ ଅନ୍ୟଟି ହେଉଛି ଇଲେକଟ୍ରିକ ହିଟିଂ ଭର୍ସନ। ଖାସ୍ କଥା ଏହା ହେଉଛି ଯେ ଏହା କେବଳ ୨୪ ଭୋଲ୍ଟର ବହୁତ ଲୋ ଭୋଲଟେଜ୍ ପାଓ୍ଵାର ଆଉଟଫିଟକୁ ବ୍ୟବହାର କରିଥାଏ। ଏହାସହିତ ଏହା ବହୁତ ସୁରକ୍ଷିତ ମଧ୍ୟ। ୩୬ ଭୋଲଟେଜରୁ କମ୍ ପାଓ୍ଵାର ହେବା କାରଣରୁୁ ଏହା ମଣିଷ ଶରୀରକୁ କୌଣସି ପ୍ରକାର କ୍ଷତି ପହଁଚିତ ନାହିଁ।

ଏହାସହ ପଢନ୍ତୁ : ଲଞ୍ଚ ହେଲା ୩୨ ଇଞ୍ଚ ସ୍ମାର୍ଟ ଟିଭି, ମୂଲ୍ୟ ମାତ୍ର ୫,୯୯୯ ଟଙ୍କା

ଅଟୋମେଟିକ ଟେମ୍ପରେଚର

kambalଏଥିରେ ସ୍ମାର୍ଟ ଇଲେକଟ୍ରିକ ବ୍ଲାଙ୍କେଟ ଫିଚର ମଧ୍ୟ ରହିଛି ଯେଉଁଥିରେ ସ୍ମାର୍ଟ ସ୍ଲିପ ମୋଡ ମିଳିବ। ଏହି କାରଣରୁ ଏହି ବ୍ଲାଙ୍କେଟ ବଡିର ଟେମ୍ପରେଚର ଅନୁଯାୟୀ କମ୍ବଳର ତାପମାତ୍ରାକୁ ନିୟନ୍ତ୍ରଣରେ ରଖନ୍ତୁ। ଏହି ବ୍ଲାଙ୍କେଟ ଦୁଇ ପ୍ରକାର ସାଇଜରେ ମିଳୁଛି। ଗୋଟିଏ ହେଉଛି 80 x 150cm, ଯାହାକୁ ସିଙ୍ଗଲ ମଡେଲ କୁହାଯାଏ ଏବଂ 150x170cm, ଯାହାକୁ ଡବଲ ମଡେଲ କୁହାଯାଏ। ଇଲେକଟ୍ରିକ ବ୍ଲାଙ୍କେଟକୁ XiaoAI ଭଏସ ଆସିଷ୍ଟାଣ୍ଟ କିମ୍ବା MIJIA ଆପ୍ ଦ୍ୱାରା ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଯଦି ଆପଣ ଘରୁ ବାହାରେ ଅଛନ୍ତି ତେବେ ମଧ୍ୟ ବ୍ଲାଙ୍କେଟକୁ ଅନ୍ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.