Below header

ଟେଲିକମ କମ୍ପାନୀ ଗୁଡିକୁ ବଡ ଝଟକା, ଏଣିକି ଭରିବେ ୯୨ ହଜାର କୋଟି ଟଙ୍କାର ଫାଇନ

ସୁପ୍ରିମ କୋର୍ଟ ଗୁରୁବାର ଭୋଡ଼ାଫୋନ,ଆଇଡ଼ିଆ,ଏୟାରଟେଲ ଭଳି ଟେଲିକମ କମ୍ପାନୀ ମାନଙ୍କୁ ଏକ ବଡ ଝଟକା ଦେଇଛନ୍ତି । ଏହା ସହ କେନ୍ଦ୍ର ସରକାରଙ୍କୁ ୯୨ ହଜାର କୋଟି ଟଙ୍କାର ଫାଇନ ଦେବା ପାଇଁ ଆଦେଶ ଦେଇଛନ୍ତି । ଏହା ପରେ ଟେଲିକମ କମ୍ପାନୀ ଗୁଡିକର ସେୟାର ଗୁଡିକରେ ଏକ ବଡ ହ୍ରାସ ଦେଖିବାକୁ ମିଳିଥିଲା । କୋର୍ଟଙ୍କ ଆଦେଶ ଅନୁଯାୟୀ ଏହି କମ୍ପାନୀ ଗୁଡିକୁ ଆଡ଼ଜଷ୍ଟେଡ଼ ଗ୍ରସ ରେଭିନେଉ ଅନୁଯାୟୀ ଫାଇନ ଦେବାକୁ ପଡିବ । ଏହି ବିଷୟକୁ ନେଇ ଭାରତୀୟ ଦୂର ସଂଚାର ବିଭାଗ ଓ ଟେଲିକମ କମ୍ପାନୀ ଗୁଡିକ ମଧ୍ୟରେ ବହୁ ସମୟ ଧରି ତର୍କ ଲାଗିରହିଥିଲା । ଏହି ମାମଲାର ଜଷ୍ଟିସ ଅରୁଣ ମିଶ୍ର, ଜଷ୍ଟିସ ଏ ଏ ନଜିର, ଓ ଜଷ୍ଟିସ ଏମ ଆର ସାହାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠ ଏହାର ଶୁଣାଣି କରିଥିଲେ ।

ଏହା ସହ ପଢନ୍ତୁ: ମୋଦି ସରକାରଙ୍କ ବଡ ଘୋଷଣା,  ଏବେ ଯେ କେହିବି ଖୋଲିପାରିବେ ପ୍ରେଟ୍ରୋଲ ପମ୍ପ

ଶୁଣାଣି ପରେ ଆଇଡ଼ିଆ କମ୍ପାନୀର ସେୟାର ୨୩.୪ ପ୍ରତିଶତ ଘଟିଥିବା ବେଳେ ଭାରତୀ ଏୟାରଟେଲର ସେୟାର ୩.୩ ପ୍ରତିଶତ ହ୍ରାସ ପାଇଥିଲା । କିଛି ଦିନ ପୂର୍ବେ ଟେଲିକମ କମ୍ପାନୀ ମାନଙ୍କର ଦାବି ଥିଲା ଏଜିଆର ରିପୋର୍ଟରେ କେବଳ ଲାଇସେନ୍ସ ଓ ସ୍ପେକଟର୍ମ ଫିସକୁ ହିଁ ସାମିଲ କରାଯିବା ଉଚିତ । କିନ୍ତୁ ସରକାରଙ୍କ ଦାବି ଥିଲାକି ଏହା ବ୍ୟତୀତ ଅନ୍ୟାନ ଖର୍ଚ୍ଚ ଗୁଡିକ ମଧ୍ୟ ସାମିଲ କରାଯିବ । ସୂଚନା ଯୋଗ୍ୟ ଯେ ପୂର୍ବରୁ ୯୨ ହଜାର କୋଟି ଟଙ୍କାରୁ ସରକାର କେବଳ ଅଧା ହିଁ ଭରଣା କରିପାରିଥିଲେ । ପୂର୍ବରୁ ବିଭିନ୍ନ ଟେଲିକମ କମ୍ପାନୀ ଗୁଡିକ ଉପରେ ପ୍ରାୟ ୭ ଲକ୍ଷ କୋଟି ଟଙ୍କାର ବାକି ପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.