ଫ୍ରେଞ୍ଚ ଓପନର କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚିଲେ ସାଇନା ନେହୱାଲ

ଗୁରୁବାର ଭାରତୀୟ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ ଭଲ ପ୍ରଦର୍ଶନ ଜାରି ରଖି ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଗୁରୁବାର ଖେଳା ଯାଇଥିବା ଏକ ମ୍ୟାଚରେ ସାଇନା ଡେନମାର୍କର ଲାଇନ ହଜମାର୍କ କେଇଜର୍ସଫେଲ୍ଟଙ୍କୁ ସିଧା ସେଟରେ ହରାଇ ଦେଇଥିଲେ । ଖେଳର ତୃତୀୟ ଦିନରେ ସାଇନା ପ୍ରି -କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଜବରଦସ୍ତ ଖେଳ ପ୍ରଦର୍ଶନ କରିଥିଲେ ଓ ଡେନମାର୍କର ଖେଳାଳିଙ୍କୁ ମାତ୍ର ୨୭ ମିନିଟରେ ୨୧-୧୦ ଓ ୨୧-୧୧ରେ ହରାଇ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ପାରିଛନ୍ତି ।
ଏହା ସହ ପଢନ୍ତୁ: ଦାବି ପୂରଣ ପ୍ରତିଶ୍ରୁତି ପରେ ଆନ୍ଦୋଳନରୁ ଓହରିଲେ ବାଂଲାଦେଶ କ୍ରିକେଟ୍ ଖେଳାଳିି, ଭାରତ ଗସ୍ତରେ ଆସିବେ
ଅନ୍ୟ ପକ୍ଷରେ ଦିନର ୨ୟ ମୁକାବିଲାରେ ସାତଵିକ ସାଇରାଜ ଆଉ ଚିରାଗ ସେଟ୍ଟୀବି ନିଜ ନିଜ ମୁକାବିଲା ଜିତି କ୍ୱାର୍ଟର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଭାରତର ଏହି ଯୋଡି ପ୍ରି- କ୍ୱାର୍ଟର ଫାଇନାଲ ରାଉଣ୍ଡରେ ଇଣ୍ଡୋନେସିଆର ମହମ୍ମଦ ଆହାସନ ଓ ହେନ୍ଦ୍ର ସେଟିଆବନଙ୍କୁ ହରାଇଥିଲେ । ଏହା ବ୍ୟତୀତ ବିଶ୍ୱ ଚମ୍ପିୟାନ ପିଭି ସିନ୍ଧୁବି ନିଜ ମୁକାବିଲା ଜିତି ଯାଇଛନ୍ତି । ପିଭି ସିନ୍ଧୁ ପ୍ରି – କ୍ୱାର୍ଟର ଫାଇନାଲ ରାଉଣ୍ଡରେ ସିଙ୍ଗାପୁରର ଖେଳାଳି ୟେଓ ଯିଆ ମୀନଙ୍କୁ ସହଜରେ ହରାଇ ଦେଇଥିଲେ । ସିନ୍ଧୁ ଏହି ମ୍ୟାଚରେ ୨୧-୧୦ ଓ ୨୧-୧୩ ରେ ପରବର୍ତ୍ତୀ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି ।