ଲଗାଣ ବର୍ଷାରେ ବେହାଲ୍ ବଲାଙ୍ଗିର, ଘରେ ପଶିଲା ପାଣି
ବଲାଙ୍ଗିର ସହରର ବିଭିନ୍ନ ପଡ଼ାରେ ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି। ଭାସୁଛି ଘରର ଆସବାବପତ୍ର। ପାଦେ ପାଦେ ପାଣି ଭିତରେ ଚଳପ୍ରଚଳ ହେଉଛନ୍ତି ।

ବଲାଙ୍ଗିର(କେନ୍ୟୁଜ୍): ଲଗାଣ ବର୍ଷାରେ ବେହାଲ୍ ବଲାଙ୍ଗିର। ଘରେ ପଶିଲା ବର୍ଷା ପାଣି। ସହରର ବିଭିନ୍ନ ପଡ଼ାରେ ଘର ଭିତରେ ଲହଡ଼ି ଭାଙ୍ଗୁଛି ପାଣି। ଭାସୁଛି ଘରର ଆସବାବପତ୍ର। ପାଦେ ପାଦେ ପାଣି ଭିତରେ ଚଳପ୍ରଚଳ ହେଉଛନ୍ତି ।
ପିଲାଛୁଆ ଧରି ରାତି ଅଧରେ ହନ୍ତସନ୍ତ ହେଉଛନ୍ତି ଲୋକେ। ସହରର ନାଲାଖଣ୍ଡି ପଡା ଓ ମାଲପଡାରେ ରାସ୍ତା ପାଣି ଉଛୁଳି ଘରେ ପଶିଥିବାରୁ ଅନେକ ଅସୁବିଧା ଭୋଗିଥିଲେ ପଡାବାସୀ। ପୌର ପରିଷଦ କର୍ମଚାରୀ ପହଞ୍ଚି ପାଣି ନିଷ୍କାସନର ବ୍ୟବସ୍ଥା କରିଥିଲେ ।