ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା: ଫୁଲିଛି ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀ, ବନ୍ୟା ଆଶଙ୍କା

ବାଲେଶ୍ୱର(କେନ୍ୟୁଜ୍): ଲଘୁଚାପ ଜନିତ ଲଗାଣ ବର୍ଷା ଆଣିଛି ବିପତ୍ତି । ରାଜ୍ୟରେ ବନ୍ୟା ସ୍ଥିତି । ବଢିଛି ବିଭିନ୍ନ ନଦୀର ଜଳସ୍ତର । ଉତ୍ତର ଓଡ଼ିଶାରେ ତୁହାକୁ ତୁହା ବର୍ଷା । ଫୁଲିଛି ବୁଢ଼ାବଳଙ୍ଗ, ଜଳକା ଓ ସୁବର୍ଣ୍ଣରେଖା ନଦୀ । ଜଳସ୍ତର ବଢୁଥିବାରୁ ବନ୍ୟା ଆଶଙ୍କା ରହିଛି । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀଠାରେ ଜଳକା ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ତଳି ଅଞ୍ଚଳରେ ପାଣି ପଶିଛି। ବୁଡ଼ିଛି ଏକର ଏକର ଚାଷ ଜମି ।

ବୁଢ଼ାବଳଙ୍ଗରେ ବିପଦ ସଙ୍କେତ ୮.୧୩ ରହିଥିବା ବେଳେ ୬.୬୬ ମିଟର ଦେଇ ପ୍ରବାହିତ ହେଉଛି । ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଜଳସ୍ତର ୬.୨୧ ଦେଇ ପ୍ରବାହିତ ହେଉଛି । ସୁବର୍ଣ୍ଣରେଖା ଜଳସ୍ତର ବୃଦ୍ଧି ପାଉଛି । ଜାମଶୋଳା ଘାଟଠାରେ ବିପଦ ସଙ୍କେତ ୪୯.୧୬ ଥିବା ବେଳେ ଜଳସ୍ତର ୪୬.୧୬ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.