ରାୟଗଡ଼ାରେ ଲଗାଣ ବର୍ଷା ଜାରି, ୪୦ଟି ଗାଁ ବାହ୍ଯଗଜଗତରୁ ବିଚ୍ଛିନ୍ନ

ରାୟଗଡ଼ା : ଲଗାଣ ବର୍ଷା ଜାରି । ମୁନିଗୁଡ଼ା ବ୍ଲକର ପାତରପଡ ନିକଟ ରାସ୍ତା ଧୋଇ ଯାଇଛି । ସେହିପରି ରଘୁବାରିରୁ ଦିମିରିଗୁଡା ରାସ୍ତା ଧୋଇ ହୋଇଯିବାରୁ ରଘୁବାରୀ ଅଞ୍ଚଳର ପ୍ରାୟ ୪୦ଟି ଗାଁର ୭ ହଜାରରୁ ଅଧିକ ଲୋକ ବାହ୍ଯଗଜଗତରୁ ବିଚ୍ଛିନ୍ନ ହୋଇଛନ୍ତି । ଗତକାଲି ରଘୁବାରି ଅଞ୍ଚଳର ଲୋକ ମୁନିଗୁଡା କିମ୍ବା ଅନ୍ୟସ୍ଥାନକୁ ଯାଇପାରିନଥିଲେ । ଅନେକ ସ୍ଥାନରେ ଲୋକଙ୍କୁ ସ୍ୱେଚ୍ଛାସେବୀ ନଦୀ ପାର କରାଇଛନ୍ତି । ସେପଟେ ବଂଶଧାରା ନଦୀରେ ରାଣୀପିଣ୍ଡା ଗାଁ ନିକଟ ପୋଲ ଉପରେ ୩ ଫୁଟ୍ ଉଚ୍ଚର ପାଣି ପ୍ରବାହିତ ହେଉଛି । ଫଳରେ ରାୟଗଡ଼ାରୁ କଳାହାଣ୍ଡିକୁ ଯୋଗାଯୋଗ ଠପ୍ ହୋଇଛି । ସେପଟେ ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲ୍ଲାର କାକେରିଗୁମ୍ମା-ଲକ୍ଷ୍ମୀପୁର ନିକଟରେ ରେଳ ଧାରଣା ଉପରେ ମାଟି ଅତଡ଼ା ଧସିବାରୁ ଏହି ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ସେପଟେ ଆଜି ଖୋଲିବ ଇନ୍ଦ୍ରାବତୀର ୭ଟି ଗେଟ୍ । ଖାତିଗୁଡ଼ାର ୫ଟି ଓ ମୁରାନରେ ୨ଟି ଗେଟ୍ ଖୋଲିବ ।

Leave A Reply

Your email address will not be published.