ଆଜି ଜୟପୁର ବନ୍ଦ

କୋରାପୁଟ (କେ ନ୍ଯୁଜ୍) : ଆଜି  ଜିଲ୍ଲା ଜୟପୁର ବନ୍ଦ । ୪ ଦଫା ଦାବି ପୂରଣ ନେଇ ବିଜେପି ପକ୍ଷରୁ ୮ ଘଣ୍ଟିଆ ଜୟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ବନ୍ଦ ଡାକରା ଦିଆଯାଇଛି। ଏଥିପାଇଁ ଦୋକାନ ବଜାର ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ସହ ଗାଡି ଚଳାଚଳ ଠପ୍‌ ହୋଇଯାଇଛି । ଜୟପୁର ମୁଖ୍ୟ ଚିକିତ୍ସାଳୟକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା, ଜାଲପଟ୍ଟା ବଣ୍ଟନର CBI ତଦନ୍ତ ଓ ବୋରିଗୁମ୍ମାକୁ NAC ମାନ୍ୟତା ଆଦି ଦାବି କରାଯାଇଛି । ବିଜେପି ନେତା ଓ କର୍ମୀମାନେ ସକାଳୁ ସକାଳୁ ପିକେଟିଂ କରି ଏହି ବନ୍ଦ ପାଳନ କରିଛନ୍ତି । ଦୟପୁର ଓ ବୋରିଗୁମ୍ମାରେ କର୍ମୀମାନେ ଜାତୀୟ ରାଜପଥ ବରୋଧ କରିଛନ୍ତି। ଫଳରେ ରାସ୍ତାର ଉଭୟ ପାର୍ଶ୍ୱରେ ଗାଡି ମୋଟର ସବୁ ଅଟକି ରହିଛି। ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

Leave A Reply

Your email address will not be published.