Below header

ଦୁର୍ବଳ ହେଉଛି ଓଡ଼ିଶା ଉପରେ ସୃଷ୍ଟି ଡିପ୍ରେସନ୍ : ଆହୁରି ୧୨ ଘଣ୍ଟା ବର୍ଷା ସମ୍ଭାବନା

ଭୁବନେଶ୍ବର (କେ ନ୍ୟୁଜ୍) : ଦୁର୍ବଳ ହେଉଛି ଓଡ଼ିଶା ଉପରେ ସୃଷ୍ଟି ଡିପ୍ରେସନ୍। ପାଣିପାଗ ବିଭାଗର ସୂଚନା ଅନୁସାରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆହୁରି ୧୨ ଘଣ୍ଟା ବର୍ଷିବ। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ବରଗଡ଼ରେ ପ୍ରବଳରୁ ଅତିପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। କିଛି ସ୍ଥାନରେ ଘଡଘଡି ସହ ବର୍ଷା ହେବ। ରାଜ୍ୟର ବିଭିନ୍ନ ବନ୍ଦରରେ ବିପଦ ସଙ୍କେତ ଦିଆଯାଇଛି। ଗୋପାଳପୁର ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଦିଆଯାଇଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.