ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ଖୋଲିଲା ୫ଟି ଗେଟ୍

ଭୁବନେଶ୍ବର (କେ ନ୍ୟୁଜ୍) : ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମର ୫ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ଜଳଭଣ୍ଡାର ଜଳସ୍ତର ୬୧୫.୮୧ ଫୁଟ ରହିଛି । ସେପଟେ ଇନ୍ଦ୍ରାବତୀ ଡ୍ୟାମର ଆଜି ୭ଟି ଗେଟ୍ ଖୋଲାଯିବ । ଖାତିଗୁଡ଼ାର ୫ଟି ଓ ମୁରାନରେ ୨ଟି ଗେଟ୍ ଖୋଲିବ । ଏହାଦ୍ୱାରା ନନ୍ଦାହାଣ୍ଡି, ନବରଙ୍ଗପୁର ଓ କୋଷାଗୁଡ଼ା ବ୍ଲକର ୧୬ଟି ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତଙ୍କୁ ସୁରକ୍ଷିତ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି କରାଯାଉଛି ।

Leave A Reply

Your email address will not be published.