Below header

ଅନ୍ୟ ଅଭିନେତ୍ରୀଙ୍କ ସହ ପ୍ରେମ ଥିବା ସନ୍ଦେହରେ ସୈଫଙ୍କୁ ତାୱା ଫିଙ୍ଗିଥିଲେ ଅମ୍ରିତା : ଜାଣନ୍ତୁ କଣ ହେଲା ତାପରେ . .

ପରମ୍ପରା ସିନେମାରୁ ନିଜ କ୍ୟାରିୟର୍ ଆରମ୍ଭ କରିଥିବା ସୈଫ୍ ଅଲ୍ଲୀ ଖାନଙ୍କ ବଲିଉଡ୍ ଯାତ୍ରା ସବୁବେଳେ ଗୋଟିଏ ପ୍ରକାର ରହିଛି । ଅଭିନୟ ମାମଲାରେ ଯଦିଓ ନିଜ ମା’ ଶର୍ମିଲା ଟାଗୋରଙ୍କୁ ମୁକାବିଲା କରିପାରିବେନି କିନ୍ତୁ ଇଣ୍ଡଷ୍ଟ୍ରିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଛୋଟେ ନବାବ୍ । ଆଜି ନିଜର ୪୭ତମ ଜନ୍ମଦିନ ପାଳନ କରୁଛନ୍ତି ସୈଫ୍ । ତେବେ ସୈଫ୍ ଯେତିକି ନିଜ ସିନେମା କ୍ୟାରିୟରକୁ ନେଇ ଚର୍ଚ୍ଚିତ ନୁହଁନ୍ତି ତାଠାରୁ ବେଶୀ ଚର୍ଚ୍ଚିତ ନିଜ ବ୍ୟକ୍ତିଗତ ଜୀବନକୁ ନେଇ । ଖାସ୍ କରି ନିଜ ପ୍ରେମକାହାଣୀକୁ ନେଇ ବେଶ୍ ଚର୍ଚ୍ଚିତ ଛୋଟେ ନବାବ୍ ।

ସୈଫ୍ ଅଲ୍ଲୀ ଖାନ୍ ଏବଂ କରୀନା କପୁର ଖାନ୍ ଆଜି ଏକ ରୟାଲ୍ ତଥା ସଫଳ ଦମ୍ପତ୍ତି । କିନ୍ତୁ ଗୋଟିଏ ସମୟ ଥିଲା ଯେତେବେଳେ ଅଭିନେତ୍ରୀ ଅମ୍ରିତା ସିଂହଙ୍କୁ ବିବାହ କରିଥିଲେ । ଯଦିଓ ସୈଫଙ୍କଠାରୁ ଅମ୍ରିତା ୧୩ ବର୍ଷ ବଡ ଥିଲେ ତଥାପି ଏହି ବୟସ ତଥାତ୍ କେବେ ବି ସେମାନଙ୍କ ମଧ୍ୟରେ ଆସିନଥିଲା । ସୈଫଙ୍କୁ ବିବାହ କରିବା ଅମ୍ରିତାଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ଥିଲା । କାରଣ ସେ ସମୟରେ ଅମ୍ରିତା ବଲିଉଡର ଜଣେ ବଡ଼ ଷ୍ଟାର୍ ହୋଇ ସାରିଥିବା ବେଳେ ସୈଫ୍ ଷ୍ଟ୍ରଗଲ୍ କରୁଥିଲେ । କିନ୍ତୁ ବିବାହର ପ୍ରାୟ ୧୨ ବର୍ଷ ପରେ ଉଭୟ ଅଲଗା ହୋଇଯାଇଥିଲେ ।

କୁହାଯାଏ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦର ଗୋଟିଏ କାରଣ ଥିଲା ସୈଫଙ୍କ ଆଫେୟାର୍ସ । ସୈଫଙ୍କ ଏହି ଗୁଣକୁ ନେଇ ବେଶ୍ ଚିନ୍ତିତ ରହୁଥିଲେ ଅମ୍ରିତା । ଏପରିକି ଥରେ ରାଗରେ ସୈଫଙ୍କ ଉପରକୁ ଫ୍ରାଇଙ୍ଗ୍ ପ୍ୟାନ୍ ଅର୍ଥାତ୍ ତାୱା ଫିଙ୍ଗିଥିଲେ ଅମ୍ରିତା । ଆଉ ଏକଥା ନିଜେ ଅମ୍ରିତା ଏକ ସାକ୍ଷାତକାରରେ କହିଥିଲେ । ରିପୋର୍ଟ ମୂତାବକ ସୈଫଙ୍କ ଅସଫଳତାଙ୍କ ପାଇଁ ଅନେକ ସମୟରେ ଅମ୍ରିତା ତାଙ୍କୁ ଖରାପ ବ୍ୟବହାର କରିବାକୁ ମଧ୍ୟ ପଛାଉନଥିଲେ ।

ସୈଫ୍ ଏବଂ ଅମ୍ରିତାଙ୍କ ପ୍ରଥମ ସାକ୍ଷାତ ସିନେମା ବେଖୁଦିର ସେଟରେ ହୋଇଥିଲା । ଯଦିଓ ସୈଫ୍ ଭଲ ଭାବରେ ଜାଣିଥିଲେ ଅମ୍ରିତା ତାଙ୍କଠାରୁ ଖୁବ୍ ବଡ଼ ତଥାପି ଉଭୟଙ୍କ ମଧ୍ୟରେ ଭଲ ବଣ୍ଡିଙ୍ଗ୍ ହୋଇଯାଇଥିଲା । ଯେତେବେଳେ ସିନେମାର ନିର୍ଦ୍ଦେଶକ ରାହୁଲ ରାୱେଲଙ୍କୁ ଜଣାପଡିଲା ଯେ ସୈଫ୍ ସିନେମାଠାରୁ ଅଧିକ ଅମ୍ରିତାଙ୍କୁ ଧ୍ୟାନ ଦେଉଛନ୍ତି ସେତେବେଳେ ସେ ତାଙ୍କୁ ଫିଲ୍ମରୁ ବାହାର କରିଦେଇଥିଲେ । ଅମ୍ରିତାଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ ସୈଫ୍ । କାରଣ ସୈଫଙ୍କ ବାପା ନବାବ୍ ପଟୌଦୀ ଏହି ବିବାହ ବିରୋଧରେ ଥିଲେ । କିନ୍ତୁ ଏହାକୁ ଖାତିର ନକରି ଉଭୟ ବିବାହ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.