କାନ୍ଦୁଛି ଗାଁ କାନ୍ଦୁଛି ମା: ଦୁର୍ଘଟଣାରେ ଗୁରୁତର ଯୁବକଙ୍କ ଚିକିତ୍ସା ପାଇଁ ଅଣ୍ଟା ଭିଡିଲେ ଗାଁଲୋକେ

ସୋର(କେନ୍ୟୁଜ୍‌): କାନ୍ଦୁଛି ଗାଁ କାନ୍ଦୁଛି ମା, ଭେଣ୍ଡିଆ ପୁଅ ଦୁର୍ଘଟଣାରେ ଗୁରୁତର। ଗାଁର ଛୁଆ ଠାରୁ ବୁଢ଼ା ସଭିଏଁ ଯୁବକଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା ଜାରି ରଖିଛନ୍ତି। ଠିକ୍ ନୂଆ ବର୍ଷ ପୂର୍ବରୁ ଏହି ପରିବାର ଉପରେ ପଡିଗଲା ଦୁଃଖର କଳା ପାହାଡ। କିଏ କିଛି ଭାବିବା ପୂର୍ବରୁ ଆଖି ଆଗର ସବୁ ଯେମିତି ହୋଇଗଲା ଅନ୍ଧକାର।

ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଶ୍ଯାମସୁନ୍ଦର ପଞ୍ଚାୟତ ଚକାପଦା ଗାଁରେ । ଏହି ଗାଁର ଦୈତାରୀ ବାରିକଙ୍କ ପୁଅ ସନ୍ତୋଷ ବାରିକ। ବାପା ମାଙ୍କ ଆଶାବାଡି। ସେ ଦିନ ଥିଲା ଡିସେମ୍ବର ୨୫ ତାରିଖ। ବଡଦିନ ପାଇଁ ଚାରିଆଡ ଥିଲା ଚଳଚଞ୍ଚଳ। ରାସ୍ତାଘାଟ ବି ଗହଳ ଚହଳ ଥିଲା। ଠିକ୍ ଅପରାହ୍ନରେ ଓଝାପୋଖରୀରୁ ମାଟି କାମ ସାରି ବାଇକ ଯୋଗେ ଘରକୁ ଫେରୁଥିଲେ ସନ୍ତୋଷ। ଠିକ୍ ସେତିକି ବେଳେ ଖଇରା ଗଣ୍ଡିବେଡ ମହାକୁଡ଼ କମ୍ଲେକ୍ସ ଠାରେ ଏକ ଟ୍ରାକ୍ଟର ସହିତ ତାଙ୍କ ବାଇକ୍ ଧକ୍କା ହୋଇଥିଲା। ବାସ୍ ସେତିକିରେ ସନ୍ତୋଷଙ୍କ ଜୀବନ କାହାଣୀ ହଠାତ୍ ବଦଳିଗଲା । ସନ୍ତୋଷକୁ ତୁରନ୍ତ ଗୁରୁତର ଅବସ୍ଥାରେ ଖଇରା ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା। ସେଠାରୁ  ଡାକ୍ତର ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ନେବା ପରେ ଏବେ ସେ ଚିକିତ୍ସାଧିନ । ସନ୍ତୋଷଙ୍କ ମୁଣ୍ଡ ଓ ଆଖିରେ ଲାଗିଛି ଗୁରୁତର ଆଘାତ।

help

ସନ୍ତୋଷଙ୍କ ଜମିବାଡ଼ି ସେମିତି ନଥିବାବେଳେ, ବାପା ଦୈତାରୀ ମଧୁମେହ ରୋଗୀ। ତାଙ୍କ ଅବସ୍ଥା ବି ସେମିତି କିଛି ଭଲ ନାହିଁ। ମା ଇନ୍ଦୁମତୀଙ୍କୁ ଭଲ ଶୁଭୁ ନଥିବା ବେଳେ, ପରିବାରର ଏକ ମାତ୍ର ରୋଜଗାର କ୍ଷମ ଥିଲେ ସନ୍ତୋଷ । ସନ୍ତୋଷଙ୍କର ସ୍ତ୍ରୀ ଓ ଆଠ ମାସର ଶିଶୁ କନ୍ଯା ରହିଛନ୍ତି। ଅଭାବୀ ପରିବାର ସନ୍ତୋଷଙ୍କ ମୁଣ୍ଡ ଓ ଆଖି ଅସ୍ତ୍ରପୋଚାର ପାଇଁ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ କହୁଛନ୍ତି ଡାକ୍ତର। ସନ୍ତୋଷଙ୍କ ପରିବାରରେ ଏଭଳି ଦୁଃଖ ସମୟରେ ଗାଁ ଲୋକ ଅଣ୍ଟା ଭିଡିଛନ୍ତି ।

ଗାଁ ଲୋକ ସହଯୋଗର ହାତ ବାଇଛନ୍ତି। ଗାଁର ଛୁଆ ଠାରୁ ବୁଢ଼ା ଦୁର୍ଘଟଣାଗ୍ରସ୍ତ ଯୁବକ ସନ୍ତୋଷ ପାଇଁ ଘରେ ଘରେ ହାତ ପାତି ସହାୟତା ମୁଗୁଛନ୍ତି। ସନ୍ତୋଷକୁ ଭଲ କରିବାକୁ ଘରେ ଘରେ ଲାଗିଛି ଲମ୍ବା ଲାଇନ୍। ଆହତ ଯୁବକର ଉନ୍ନତ ଚିକିତ୍ସା ପାଇଁ ଗାଁର ଘର ଘରେ ଦେଉଛନ୍ତି ଚାଉଳ ଓ ଟଙ୍କା।
ଯଦି କେହି ସହୃଦୟ ଵ୍ୟକ୍ତି ସନ୍ତୋଷକୁ ସହାୟତା କରିବାକୁ  ଚାହୁଁଛନ୍ତି, ତେବେ ବ୍ଯାଙ୍କ ଅଫ ଇଣ୍ଡିଆରେ ଥିବା ସ୍ତ୍ରୀ ନୟନା ବାରିକଙ୍କ ଆକାଉଣ୍ଟକୁ ଅର୍ଥରାଶି ପଠାଇ ପାରିବେ।

ଆକାଉଣ୍ଟ ନମ୍ବର : 535310110011717
Ifsc code bkid 0005353
ଫୋନ ପେ ସନ୍ତୋଷ ବାରିକ 7205077040

Leave A Reply

Your email address will not be published.