ମାର୍ଚ୍ଚ ୧୦ରୁ ମାଟ୍ରିକ ପରୀକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା

କଟକ(କେନ୍ୟୁଜ୍‌): ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା । ମାର୍ଚ୍ଚ ୧୦ରୁ ଆରମ୍ଭ ହେବ ଚଳିତବର୍ଷର ମାଟ୍ରିକ ପରୀକ୍ଷା । ୧୭ ତାରିଖ ଯାଏ ଚାଲିବ । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି । ଏକାସଙ୍ଗେ ହେବ ମଧ୍ୟମା ଓ ଷ୍ଟେଟ୍‌ ଓପନ୍‌ ସ୍କୁଲ ସାର୍ଟିଫିକେଟ ପରୀକ୍ଷା । ଖୁବଶୀଘ୍ର ଫର୍ମ ପୂରଣ ନେଇ ତାରିଖ ଘୋଷଣା ହେବ । ସମେଟିଭ୍‌-୧ ଭଳି ସମେଟିଭ୍‌-୨ର ପ୍ରଶ୍ନପତ୍ର ପାଟର୍ନ ରହିବ । ସମେଟିଭ୍‌-୨ ପ୍ରଶ୍ନପତ୍ର ପାଟର୍ନ ବୋର୍ଡ େଓ୍ଵବସାଇଟରେ ଉପଲବ୍ଧ ରହିଛି ।

ପରୀକ୍ଷା କେନ୍ଦ୍ର ଓ ନୋଡାଲ୍‌ ସେଣ୍ଟରରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ସେହିପରି ଧନ୍ଦାମୂଳକ ଟ୍ରେଡର ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୧୫ରୁ ଆରମ୍ଭ ହୋଇ ୨୨ ତାରିଖ ଯାଏ ଚାଲିବ । ପ୍ରାକ୍ଟିକାଲ ପରୀକ୍ଷାରେ ବୋର୍ଡ ନିଯୁକ୍ତ ଏକ୍ସଟର୍ନାଲ୍‌ ଏକ୍‌ଜାମିନର ନିୟୋଜିତ ହେବେ । ଚଳିତବର୍ଷ ରାଜ୍ୟରେ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୩୨ହଜାର ୭୧୨ ଛାତ୍ରଛାତ୍ରୀ । ଏଥିପାଇଁ ୩ହଜାର ୨୯ଟି ପରୀକ୍ଷା କେନ୍ଦ୍ର କରାଯିବ । ଏଥିପାଇଁ ୩୧୬ଟି ନୋଡାଲ୍‌ ସେଣ୍ଟର କରାଯାଇଛି ।

ମାଓ ଅଧ୍ୟୁଷିତ ଅଞ୍ଚଳର ୨୨ଟି ଥାନାରେ ହେବ ନୋଡାଲ୍‌ ସେଣ୍ଟର । ସେହିପରି ନବମ ଶ୍ରେଣୀ ସମେଟିଭ୍‌ ଆସେସମେଣ୍ଟ-୨ ଫେବୃଆରୀ ୨୦ରୁ ଆରମ୍ଭ ହେବ । ଏହା ଫେବୃଆରୀ ୨୫ ଯାଏ ଚାଲିବ । ଧନ୍ଦାମୂଳକ ଟ୍ରେଡରେ ପ୍ରାକ୍ଟିକାଲ ପରୀକ୍ଷା ଫେବୃଆରୀ ୯ ତାରିଖରୁ ଆରମ୍ଭ ହୋଇ ୧୪ ଯାଏ ଚାଲିବ । ନବମ ଶ୍ରେଣୀ ପରୀକ୍ଷାଫଳ ମାର୍ଚ୍ଚ ଶେଷ ସପ୍ତାହରେ ପ୍ରକାଶ ପାଇବ ।

Leave A Reply

Your email address will not be published.