Below header

ଇଚ୍ଛାପୂରମର ଏକ ଇଟା ଭାଟିରେ ନିର୍ଯ୍ୟାତିତ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ପ୍ରଶାସନ

ଟିଟିଲାଗଡ଼(କେନ୍ୟୁଜ୍‌) : ତେଲେଙ୍ଗାନା, ନିଜାମାବାଦ ଜିଲ୍ଲା ଇଚ୍ଛାପୂରମ ର ଏକ ଇଟା ଭାଟି ରେ ନିର୍ଯ୍ୟାତିତ ହେଉଥିବା ୩୧ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କଲା ଟିଟିଲାଗଡ଼ ପ୍ରଶାସନ l ଟିଟିଲାଗଡ଼ ବ୍ଲକ ଅଧୀନସ୍ଥ ଶିକେର ଗ୍ରାମ ଏବଂ ଦେଓଗାଁ ବ୍ଲକ ଅଂଚଳ ର ୩୧ ଜଣ ଦାଦନ ଶ୍ରମିକ ତେଲେଙ୍ଗାନା ରାଜ୍ୟ ନିଜାମାବାଦ ଜିଲ୍ଲା ଇଚ୍ଛାପୂରମ ର ଏକ ଇଟା ଭାଟି ରେ କାମ କରୁଥିଲେ ।

ସେମାନଙ୍କୁ ଇଟା ଭାଟି ମାଲିକ ଅକଥନୀୟ ନିର୍ଯ୍ୟାତନା ଦେବା ସହ ମାଡ଼ ମାରୁଥିବା ନେଇ ଶ୍ରମିକମାନେ ମୋବାଇଲ ରେ ଭିଡିଓ ରେକର୍ଡ କରି ଟିଟିଲାଗଡ଼ ବ୍ଲକ ସିକେର ଗ୍ରାମର ନିଜ ସମ୍ପର୍କୀୟମାନଙ୍କ ପାଖକୁ ପଠାଇଥିଲେ l ଏହି ଭିଡିଓ ଭାଇରଲ ହେବା ପରେ ଟିଟିଲାଗଡ଼ ଉପଜିଲ୍ଲାପାଳ ଦୟାମୟ ପାଢ଼ୀ, ତଥା ସ୍ଥାନୀୟ ପ୍ରଶାସନ ନିର୍ଯ୍ୟାତିତ ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ବ୍ୟାପକ ପଦକ୍ଷେପ ନେଇଥିଲେ ।

ଏଥିସହ ଜିଲ୍ଲା ଶ୍ରମ ବିଭାଗ, ରାଜ୍ୟ ଶ୍ରମ ବିଭାଗ ଙ୍କ ସହାୟତା ରେ ଇଚ୍ଛାପୁରମ ଇଟା ଭାଟିରୁ ଶ୍ରମିକମାନଙ୍କୁ ଉଦ୍ଧାର କରିଥିଲେ । ଫଳରେ ଶ୍ରମିକମାନେ ନାଣ୍ଡେଡ – ସମ୍ବଲପୁର ଟ୍ରେନ ଯୋଗେ ଟିଟିଲାଗଡ଼ ରେଳ ଷ୍ଟେସନ ରେ ଓହ୍ଲାଇବାକୁ ସମର୍ଥ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ସମସ୍ତ ଶ୍ରମିକମାନଙ୍କ ବୟାନ ରେକର୍ଡ କରି ସେମାନଙ୍କୁ ନିଜ ନିଜ ଗାଁ କୁ ପଠାଇ ଦେଇଛି l ଏମାନଙ୍କ ମଧ୍ୟରେ ୧୦ ଜଣ ମହିଳା ଶ୍ରମିକ, ୮ ଜଣ ନାବାଳକ ଓ ୧୩ ଜଣ ପୁରୁଷ ଶ୍ରମିକ ଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.