ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି, ଆବଶ୍ୟକ ହେଲେ ହବିଷ୍ୟାଳିଙ୍କୁ କରାଯାଇପାରେ ସ୍ଥାନାନ୍ତର

ପୁରୀ: ବୁଲ୍‌ବୁଲ୍ ଆଶଙ୍କାରେ ପୁରୀ ସହରରେ ହାଇଆର୍ଲଟ ଜାରି କରାଯିବା ସହ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଆଜି ଓ ଆସନ୍ତାକାଲି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ପାଇଁ ଘୋଷଣା କରାଯାଇଛି। ଆବଶ୍ୟକ ହେଲେ ହବିଷ୍ୟାଳିଙ୍କୁ ସ୍ଥାନାନ୍ତର କରାଯାଇପାରେ। ଚାଷୀମାନଙ୍କୁ କ୍ଷେତରୁ ପାଚିଲା ଧାନ କାଟି ଆଣି ସୁରକ୍ଷିତ ରଖିବାକୁ କୁହାଯାଇଛି। ଓଡ୍ରାଫ୍ ଟିମ୍‌କୁ ମଧ୍ୟ ସଜାଗ ରଖାଯାଇଛି। ପୁରୀ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡାକଡ଼ି କରାଯାଇଛି। ପର୍ଯ୍ୟଟକ ମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ଲାଇଫ୍‌ଗାର୍ଡମାନେ ବାରଣ କରୁଛନ୍ତି। ବେଳାଭୂମିରେ ନାଲି ପତାକା ଲଗାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.