ପ୍ରତି ୧୦୦ ବର୍ଷରେ ୧୦ ମିଟର ବଢୁଛି ସମୁଦ୍ର ସ୍ତର, ଜାଣନ୍ତୁ ଏହା ପଛରେ କଣ ରହିଛି ବୈଜ୍ଞାନିକଙ୍କ ମତ

ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ଏବେ ଗ୍ଲୋବାଲ ୱାର୍ମିଙ୍ଗକୁ ନେଇ ବହୁ ଚିନ୍ତିତ । ବିଭିନ୍ନ ମନୁଷ୍ୟକୃତ କାରଣ ଯୋଗୁଁ ହିଁ ଗ୍ଲୋବାଲ ୱାର୍ମିଙ୍ଗର ମାତ୍ରା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏହି ଗ୍ଲୋବାଲ ୱାର୍ମିଙ୍ଗ ଯୋଗୁଁ ହିଁ ବିରାଟ ବିରାଟ ଗ୍ଳାସିୟର ଗୁଡିକ ତରଳି ସମୁଦ୍ରର ଜଳ ସ୍ତରକୁ ବଢ଼ାଇ ଦେଉଛନ୍ତି ବୋଲି ପୃଥିବୀର ବିଭିନ୍ନ ଦେଶର ବୈଜ୍ଞାନିକ ମାନେ ମତ ଦେଉଛନ୍ତି । ଏମିତିକି ଆଣ୍ଟର୍ଟିକା ପରି ଅତ୍ୟନ୍ତ ବରଫାବୃତ୍ତ ଅଞ୍ଚଳ ବି ଗ୍ଲୋବାଲ ୱାର୍ମିଙ୍ଗ କାରଣରୁ ହିଁ ଶୀଘ୍ର ତରଳି ସମୁଦ୍ରର ଜଳ ସ୍ତରକୁ ବଢ଼ାଇ ଦେବ । ବରଫ ଚାଦର ତରଳିବାର ଗତି ଦିନ କୁ ଦିନ ତୀବ୍ର ହେଉଛି । ଏହା ପଛର ମୁଖ୍ୟ ଦୋଷ ମଣିଷକୁ ହିଁ ଦିଆଯାଉଛି । ନିକଟରେ ଅଷ୍ଟ୍ରେଲିଆ ମହାଦେଶର କେତେକ ଗବେଷକ ପ୍ରାୟ ଏକ ଲକ୍ଷ ପଚିଶ ହଜାର ବର୍ଷ ପୂର୍ବର ସ୍ଥିତି ଓ ଏବେକା ସ୍ଥିତିକୁ ନେଇ ଏକ ଅନୁଧ୍ୟାନ କରିଥିଲେ ।

antartica

ଏହା ଦ୍ୱାରା ସେମାନଙ୍କୁ ଜଣା ପଡିଥିଲାଯେ ଏତିକି ବର୍ଷ ଭିତରେ ସମୁଦ୍ର ସ୍ତର ପ୍ରାୟ ୧୦ ମିଟର ବଢିଯାଇଛି । ପ୍ରକୃତରେ ଇଣ୍ଟରଗ୍ଲସିୟରରେ ବିଶ୍ୱର ତାପମାତ୍ରା ଗରମ ରହିଥାଏ । ବିଶ୍ୱର ଏକ ପ୍ରମୁଖ ପତ୍ରିକା ‘ନେଚର କମ୍ୟୁନିକେସନ’ରେ ପ୍ରକାଶିତ ହୋଇଥିଲାଯେ ପ୍ରତି ଯୁଗରେ ସମୁଦ୍ର ସ୍ତର ପ୍ରାୟ ୩ ମିଟର ପର୍ଯ୍ୟନ୍ତ ବଢିଥିବା ଲକ୍ଷ କରାଯାଉଛି । ଏହାର ପ୍ରମୁଖ କାରଣ ଆଣ୍ଟାର୍ଟିକାର ବରଫ ଚାଦର ତରଳିବାକୁ ହିଁ ଦିଆଯାଉଛି । ଜଣେ ପ୍ରମୁଖ ଗବେଷକ ହଲ୍କେ ରୋହଲିଂ ମଧ୍ୟ ପ୍ରାକୃତିକ ଜଳବାୟୁର ଅସ୍ଥିରତାକୁ ହିଁ ସମୁଦ୍ର ସ୍ତର ବୃଦ୍ଧିର ମୁଖ୍ୟ କାରଣ ବୋଲି କହିଛନ୍ତି । ଏହି ବୈଜ୍ଞାନିକ ଜଣକ ଏହା ମଧ୍ୟ କହିଛନ୍ତିଯେ ଅତୀତ ଅପେକ୍ଷା ବର୍ତ୍ତମାନ ସମୟରେ ଅଧିକ ତୀବ୍ର ଗତିରେ ଆଣ୍ଟର୍ଟିକା ଅଞ୍ଚଳର ବରଫ ଚାଦର ତରଳୁଛି ।

Antarctic

ଏହା ସହ ପଢନ୍ତୁ: ଏହା ହେଉଛି ଦୁନିଆର ସବୁଠାରୁ ହାଲୁକା ମିଠା, ଯାହା ତିଆରି ହୋଇଛି ପବନରେ: ପଢନ୍ତୁ ରୋଚକ କାହାଣୀ

ତେଣୁ କରି ହିଁ ଅତି କ୍ଷିପ୍ର ଗତିରେ ସମୁଦ୍ର ସ୍ତର ବଢ଼ିବାରେ ଲାଗିଛି । ଆଗକୁ ଆହୁରି ତୀବ୍ର ଭାବେ ମଧ୍ୟ ଏହି ସ୍ତର ବଢ଼ିବା ନେଇ ଆଶଙ୍କା କରାଯାଉଛି । ପୃଥିବୀର ଅନ୍ୟ ସ୍ଥାନ ଗୁଡିକ ଅପେକ୍ଷା ଆଣ୍ଟର୍ଟିକାକୁ ହିଁ ସମୁଦ୍ର ଜଳ ସ୍ତର ବୃଦ୍ଧିର ପ୍ରମୁଖ କାରଣ ଭାବେ ଧରାଯାଉଛି । ଏହି ପରି ଭାବେ ଯଦି ସମୁଦ୍ର ସ୍ତର ବଢିବ ଆଗାମୀ କିଛି ବର୍ଷ ଭିତରେ ପୃଥିବୀ ଯେ କେବଳ ଜଳମୟ ହୋଇଯିବ ଏଥିରେ କୌଣସି ସନ୍ଦେହ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.