Below header

ଯାଜପୁର ଟାଉନ: ୧୦ଦଫା ଦାବୀ ନେଇ ଆଶାକର୍ମୀ ସଂଘର ଜିଲ୍ଳାପାଳ ଅଫିସ ଆଗରେ ବିକ୍ଷୋଭ

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ଜିଲ୍ଳା ଆଶାକର୍ମୀ ସଂଘ ପକ୍ଷରୁ ୧୦ଦଫା ଦାବୀ ନେଇ ଆଜି ଜିଲ୍ଳାପାଳ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନଙ୍କର ପ୍ରମୁଖ ଦାବୀଗୁଡିକ ହେଲା ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀ ମାନ୍ୟତା ପ୍ରଦାନ,ଆଶା କର୍ମଚାରୀଙ୍କୁ ସର୍ବନିମ୍ନ ୧୮ ହଜାର ଟଙ୍କା ଦରମା ଓ ସାଥୀମାନଙ୍କୁ ୨୪ହଜାର ଟଙ୍କା ପ୍ରଦାନ, ଆଶା ଓ ସାଥୀମାନଙ୍କୁ ସୁରକ୍ଷା ଯୋଗାଇ ଦେବା ସହ ଇ.ପିଏଫ୍‌,ଇଏସ୍‌.ଆଇ,ପେନସନ ଓ ଗ୍ରାଚୁଇଟି ପ୍ରଦାନ କରାଯିବା ସହିତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦାବୀ କରି ଆଜି ଯାଜପୁର ଜିଲ୍ଳା ଆଶାକର୍ମୀ ସଂଘ ଓ ଭାରତୀୟ ମଜଦୁର ସଂଘ ପକ୍ଷରୁ ଯାଜପୁର ଜିଲାପାଳ ଅପିଂସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହିତ ଧାରଣା ଦିଆଯାଇଛି । ସଂଘର ଶତାଧିକ ସଦସ୍ୟା କିଆନାଳି ଛକରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲାପାଳ ଅପିଂସ ନିକଟରେ ପହିଂଚି ଥିଲେ । ଏହି ଉଦ୍ଧ୍ୟେଶରେ ଭାରପ୍ରାପ୍ତ ଜିଲ୍ଳାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ମୁଖ୍ୟମନ୍ରୀ ଓ ପ୍ରଧାନମନ୍ରୀଙ୍କୁ ପ୍ରଦାନ କରାଯାଇଛି । ବାରମ୍ବାର ଏଭଳି ଦାବୀ କରାଯାଇ ଆସୁଥିଲେ ହେଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା ଅଭିଯୋଗ କରିଥିଲେ । ଆଗାମୀ ଦିନରେ ଦାବୀ ପୁରଣ ନହେଲେ ଆନ୍ଦୋଳନକୁ ତୀବ୍ରତର କରାଯିବ ବୋଲି ଚେତାବନି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.