Below header

ଓଡ଼ିଶା-ଛତିଶଗଡ଼ ସୀମାରେ ହାଇଆଲର୍ଟ ଜାରି, କୌଣସି ନକ୍ସଲଙ୍କୁ ଛଡ଼ାଯିବ ନାହିଁ କହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା।

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ ଦାନ୍ତେୱାଡ଼ାରେ ନକ୍ସଲଙ୍କ ବଡ଼ ଧରଣର ଆକ୍ରମଣ। ଓଡ଼ିଶା ସୀମାରେ ହାଇ ଆଲର୍ଟ ଜାରି। ନକ୍ସଲ ଆକ୍ରମଣରେ ୧୦ ସୁରକ୍ଷା କର୍ମୀ ଓ ଜଣେ ଡ୍ରାଇଭର ପ୍ରାଣ ହରାଇବା ପରେ ଘଟଣା ସଂପର୍କରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ସହ ଫୋନରେ ଆଲୋଚନା କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ଆକ୍ରମଣକୁ ଭୀରୁତାର କାର୍ଯ୍ୟ ବୋଲି କହିଛନ୍ତି ଶାହା। ରାଜ୍ୟ ସରକାରଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ। ନକ୍ସଲଙ୍କ ଆକ୍ରମଣକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିଛନ୍ତି।

କୌଣସି ନକ୍ସଲଙ୍କୁ ଛଡ଼ାଯିବ ନାହିଁ। ନକ୍ସଲ ବିରୋଧୀ ଲଢେଇ ବର୍ତ୍ତମାନ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଯୋଜନାବଦ୍ଧ ଭାବେ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ବାଘେଲ।.ଆଇଇଡି ବ୍ଲାଷ୍ଟ ପରେ ପୁରା ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ପୋଲିସ। ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି। ଛତିଶଗଡ଼ର ୮ଟି ଜିଲ୍ଲା ନକ୍ସଲଙ୍କ ଦ୍ୱାରା ଅଧିକ ପ୍ରଭାବିତ ରହିଛି। ଗତ ୧୦ ବର୍ଷ ମଧ୍ୟରେ ଛତିଶଗଡ଼ରେ ୩ହଜାର ୭୨୨ ନକ୍ସଲ ଆକ୍ରମଣ ହୋଇଥିବା ବେଳେ ୪୮୯ ସହିଦ ହୋଇଛନ୍ତି।  ମାଲକାନଗିରି, କୋରାପୁଟ, ବରଗଡ଼ ସୀମାରେ ହାଇଆଲର୍ଟ  ଜାରି କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.