ମେଟା ପ୍ରତିଷ୍ଠାତାଙ୍କ ବଡ ନିଷ୍ପତ୍ତି , ଏବେ ୟୁଜର୍ସ ଏକାଥରେ ୪ଟି ଡିଭାଇସରେ ଚଲାଇ ପାରିବେ ଗୋଟିଏ ହ୍ୱାଟ୍ସଆପ
ଏଣିକି ଗୋଟିଏ ନୁହେଁ ଏକାଥରେ ୪ଟି ମୋବାଇଲରେ ଖୋଲିପାରିବେ ସମାନ ହ୍ଵାଟ୍ସଆପ ଆକାଉଣ୍ଟ। ଯାହା ପରେ ହ୍ଵାଟ୍ସଆପ ଆପ୍ ଚଳାଇବା ହେବ ଆହୁରି ସହଜ।
ଗତ କାଲି ରାତିରେ ମେଟା ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ଫେସବୁକ ରେ ଏକ ଜରୁରୀ ପୋଷ୍ଟ କରିଥିଲେ। ପୋଷ୍ଟ ଟି ଥିଲା ହ୍ଵାଟ୍ସଆପ କୁ ନେଇ.. ଏନେଇ ମାର୍କ ଜୁକରବର୍ଗ ହ୍ଵାଟ୍ସଆପ ଆପ୍ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଏଣିକି ଗୋଟିଏ ନୁହେଁ ଏକାଥରେ ୪ଟି ମୋବାଇଲରେ ଖୋଲିପାରିବେ ସମାନ ହ୍ଵାଟ୍ସଆପ ଆକାଉଣ୍ଟ। ଯାହା ପରେ ହ୍ଵାଟ୍ସଆପ ଆପ୍ ଚଳାଇବା ହେବ ଆହୁରି ସହଜ।
ବର୍ତ୍ତମାନ ହ୍ଵାଟ୍ସଆପ ୟୁଜର୍ସ ସେମାନଙ୍କର ଆକାଉଣ୍ଟକୁ ଗୋଟିଏ କିମ୍ବା ଦୁଇଟିରେ ନୁହେଁ ବରଂ ଏକାଥରକେ ୪ ଟି ସ୍ମାର୍ଟଫୋନରେ ଚଲାଇବାର ଅପ୍ସନ ପାଇବେ । ଏହି ନୂଆ ଫିଚର୍ସ ବାବଦରେ ମାର୍କ ଜୁକରବର୍ଗ ନିଜେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଘୋଷଣା କରିଛନ୍ତି। ଯାହାପରେ ଅନେକ ୟୁଜର୍ସ ଖୁସି ହୋଇଯାଇଛନ୍ତି । ଏହି ସୁବିଧା ଦ୍ୱାରା ହ୍ଵାଟ୍ସଆପ ୱେବ୍ ଓ ଡେସ୍କଟପ୍ ବ୍ୟବହାରକାରୀମାନେ ଏକାଧିକ ଡିଭାଇସରେ ଗୋଟିଏ ଆକାଉଣ୍ଟକୁ ଲଗ ଇନ କରିପାରିବେ।
ତେବେ ସେହି ଲିଙ୍କ୍ ହୋଇଥିବା ଚାରୋଟି ଡିଭାଇସ୍ ରେ ଭଲ ଭାବରେ କାର୍ଯ୍ୟ କରିପାରିବେ । ପ୍ରଥମ ଡିଭାଇସରେ କୌଣସି ନେଟୱର୍କ ନଥିଲେ ମଧ୍ୟ ଅନ୍ୟ ଡିଭାଇସ କାମ କରିବ। ସବୁଠୁ ଜରୁରୀ କଥା ପ୍ରଥମ ଫୋନ ଦୀର୍ଘ ସମୟ ପାଇଁ ନିଷ୍କ୍ରିୟ ବା କନେକ୍ସନ ନଥିଲେ ଲିଙ୍କ୍ ହୋଇଥିବା ଅନ୍ୟ ଡିଭାଇସ ରେ ହ୍ଵାଟ୍ସଆପ ଆପେ ଆପେ ଲଗ୍ ଆଉଟ୍ ହୋଇଯିବ। ଚାରୋଟି ଡିଭାଇସ ରେ ସ୍ମାର୍ଟଫୋନ୍ କିମ୍ବା PC ଉଭୟ କନେକଟ କରିପାରିବେ।
ଏଥପାଇଁ ସେକେଣ୍ଡାରୀ ଫୋନରେ ଫୋନ୍ ନମ୍ବର ଏଣ୍ଟ୍ରି କରିବାକୁ ପଡିବ ଏବଂ ତା’ପରେ ପ୍ରଥମ ମୋବାଇଲରେ ଆସିଥିବା OTP ଏଣ୍ଟର କରିବାକୁ ପଡିବ। ସେହିଭଳି ଆଉ ଏକ ଡ଼ିଭାଇସକୁ ମଧ୍ୟ କୋଡ୍ ସ୍କାନ୍ କରି କନେକଟ କରିପାରିବେ।
ଜଣେ ଚାହିଁଲେ ଆଣ୍ଡ୍ରଏଡ୍ କିମ୍ବା ଆଇଓଏସ୍ ଡିଭାଇସରେ ଆକାଉଣ୍ଟକୁ ବ୍ୟବହାର କରିପାରିବେ। ମେଟାର କହିବା ଅନୁଯାୟୀ ଏହା ଖୁବ ଶିଘ୍ର ସାରା ବିଶ୍ୱରେ କାର୍ଯ୍ୟକାରୀ ହେବ ଓ ଉପଭୋକ୍ତାମାନେ ୪ ଟି ଡିଭାଇସରେ ସମାନ ଆକାଉଣ୍ଟ୍ ବ୍ୟବହାର କରିବେ। ତେଣୁ ଆପଣ ମାନେ ବି ଆଉ ବେଶି ଚିନ୍ତା ନକରି ଶୀଘ୍ର ଏହି ସୁବିଧା ର ଫାଇଦା ଉଠାନ୍ତୁ। ନିଜ କାମକୁ ସହଜ କରିବା ପାଇଁ ଏହି ଟିପ୍ସ କୁ ବ୍ୟବହାର କରନ୍ତୁ ।