ଆଗାମୀ ୩ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ବଡ଼ ଅପଡେଟ , ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିବ ଖୁସି ଖବର

ପୁଣି ବଢିବ ଦରମା । ଆଗାମୀ ୩ ଦିନରେ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିବ ବଡ଼ ଅପଡେଟ , ମହଙ୍ଗା ଭତ୍ତା ବୃଦ୍ଧିକୁ ନେଇ ଆସିବ ଖୁସି ଖବର। କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ଚଳିତ ବର୍ଷର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ। ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ । ପ୍ରତି ଛଅ ମାସ ଆଧାରରେ ଏଥର କେନ୍ଦ୍ର ସରକାର ଜୁଲାଇ ମାସ ପାଇଁ ମହଙ୍ଗା ଭତ୍ତା ବି ଘୋଷଣା କରିବେ ।

କେନ୍ଦ୍ର ସରକାର ନିଜ କର୍ମଚାରୀ ତଥା ପେନସନଭୋଗୀଙ୍କ ପାଇଁ ମାର୍ଚ୍ଚ ମାସରେ ମହଙ୍ଗା ଭତ୍ତା ଘୋଷଣା କରିଥିଲେ । କେନ୍ଦ୍ର ସରକାର ଗତ ମାର୍ଚ୍ଚରେ ଚଳିତ ବର୍ଷର ମହଙ୍ଗା ଭତ୍ତା ବୃଦ୍ଧି ଘୋଷଣା କରିଥିଲେ। ଛଅ ମାସ ପରେ ପରବର୍ତ୍ତୀ ମହଙ୍ଗା ଭତ୍ତା ଘୋଷଣା କରାଯାଇଥାଏ । ପ୍ରତି ଛଅ ମାସ ଆଧାରରେ ଏଥର କେନ୍ଦ୍ର ସରକାର ଜୁଲାଇ ମାସ ପାଇଁ ମହଙ୍ଗା ଭତ୍ତା ବି ଘୋଷଣା କରିବେ । ତେବେ AICPI ସୂଚକାଙ୍କ ଆଧାରରେ ସେପ୍ଟେମ୍ବରରେ ଜୁଲାଇର ମହଙ୍ଗା ଭତ୍ତା ଘୋଷଣା ହେବାର ଆଶା ଅଛି । କିନ୍ତୁ ଏହାକୁ ନେଇ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇସାରିଛି । ଜାଣନ୍ତୁ ମାହାଙ୍ଗା ଭତ୍ତା କୁ ନେଇ କେନ୍ଦ୍ର ସରକାରଙ୍କ କଣ ରହିବ ନିଷ୍ପତି…

୧ ଜୁଲାଇ ୨୦୨୩ ଠାରୁ ସରକାରୀ କର୍ମଚାରୀଙ୍କ ପାଇଁ ଲାଗୁ ହେବାକୁ ଥିବା ମହଙ୍ଗା ଭତ୍ତା କେତେ ପ୍ରତିଶତ ବୃଦ୍ଧି ହେବ ଏହା କୁ ନେଇ ଚର୍ଚ୍ଚା ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ବର୍ତ୍ତମାନ କର୍ମଚାରୀଙ୍କୁ ୪୨% ହାରରେ ମହଙ୍ଗା ଭତ୍ତା ପ୍ରଦାନ କରାଯାଉଛି । ଏହା ଜାନୁଆରୀ ୨୦୨୩ରୁ କାର୍ଯ୍ୟକାରୀ ହୋଇଛି । ଏପ୍ରିଲ୍ ବେତନରେ ବର୍ଦ୍ଧିତ ମହଙ୍ଗା ଭତ୍ତା ବା ଡିଏ ଓ ବକେୟା ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ଆସିବ । ନିୟମ ଅନୁସାରେ ସପ୍ତମ ବେତନ କମିଶନ ଅଧୀନରେ ପ୍ରତି ୬ ମାସରେ ମହଙ୍ଗା ଭତ୍ତା ବା DA କୁ ସଂଶୋଧିତ କରଯାଏ । ଏହା କେତେ % ବୃଦ୍ଧି ହେବା ଦରକାର ତାହା ବୈଠକ ମାଧ୍ୟମରେ ନିଷ୍ପତି ନିଆଯାଏ ।

ଜୁଲାଇରେ ବଢ଼ିବାକୁ ଯାଉଥିବା ମହଙ୍ଗା ଭତ୍ତା କର୍ମଚାରୀଙ୍କୁ ଜାନୁଆରୀରୁ ଜୁନ୍ ୨୦୨୩ ପର୍ଯ୍ୟନ୍ତ AICPI ସୂଚକାଙ୍କ ଆଧାରରେ ଦିଆଯିବ । ନୂତନ ମହଙ୍ଗା ଭତ୍ତା ପାଇଁ AICPI ଇଣ୍ଡେକ୍ସର ନୂତନ ଗଣନା ଏପ୍ରିଲ ୨୮ରେ ଆସିବ । ଆଗାମୀ ୩ ଦିନ ରେ ଏହା ସ୍ପଷ୍ଟ ହେବ ଯେ ଏଥର ମହଙ୍ଗା ଭତ୍ତା କେତେ ବୃଦ୍ଧି ପାଇବ। ବର୍ତ୍ତମାନ ସୂଚକାଙ୍କ ଆଧାରରେ ମହଙ୍ଗା ଭତ୍ତା ୪୩.୭୯ % ରେ ପହଞ୍ଚିଛି । ଅର୍ଥାତ୍ ଫେବୃଆରୀ ପର୍ଯ୍ୟନ୍ତ ୪୪% ମହଙ୍ଗା ଭତ୍ତା ସ୍ଥିର କରାଯାଇଛି । ବର୍ତ୍ତମାନ ମାର୍ଚ୍ଚ ପାଇଁ ଏପ୍ରିଲ ୨୮ ରେ ନିଷ୍ପତି ସାମ୍ନା କୁ ଆସିବ ।

ଫେବୃଆରୀରେ ମହଙ୍ଗା ଭତ୍ତାରେ ବୃଦ୍ଧି ଘଟିଛି । କିନ୍ତୁ ସେହି ମାସରେ ସୂଚକାଙ୍କ ସଂଖ୍ୟା ୧୩୨.୮ରୁ ଖସି ୧୩୨.୭କୁ ଆସିଛି । ଏପ୍ରିଲ ୨୮ରେ ଆସିବାକୁ ଥିବା ମାର୍ଚ୍ଚ ଡାଟାରେ ଏହାକୁ ନେଇ ବୃଦ୍ଧି ଆଶା କରାଯାଉଛି । ଏହା ପରେ ଏପ୍ରିଲ୍, ମେ ଏବଂ ଜୁନ୍ ପାଇଁ ବର୍ଷର ଶେଷ ମହଙ୍ଗା ଭତ୍ତା ବା ମହଙ୍ଗା ରିଲିଫ୍ (DA / DR) ର ସ୍କୋର ସ୍ଥିର କରାଯିବ । ସୂଚନା ଅନୁସାରେ ଏଥର ମଧ୍ୟ ମହଙ୍ଗା ଭତ୍ତାରେ ୪ % ବୃଦ୍ଧି ହେବ । ସେହି ଅନୁସାରେ ଏହା ୪୨ ପ୍ରତିଶତରୁ ବଢି ୪୬ ପ୍ରତିଶତକୁ ବୃଦ୍ଧି ପାଇପାରେ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.