କଳାହାଣ୍ଡି: ମାଆ ମାଣିକେଶ୍ୱରୀଙ୍କ ଛତର ଯାତ୍ରାରେ ଆଉ ପଡିବନି ପଶୁବଳି, ହାଇକୋର୍ଟଙ୍କ ରାୟ ପରେ ଦେଖାଦେଇଛି ଅସନ୍ତୋଷ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ମାଣିକେଶ୍ୱରୀଙ୍କ ଛତରଯାତ୍ରାରେ ଆଉ ପଡିବନି ପଶୁବଳି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ଯଦି ପୀଠରେ ପଶୁବଳି ପଡିବ ତେବେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକ ଦାୟୀ ରହିବେ। ମାଆଙ୍କ ନିକଟରେ ସମର୍ପଣ ଭାବରେ ଶ୍ରଦ୍ଧାଳୁ ବଳି ଚଢାଉଥିବା ବେଳେ ତାହା କୌଣସି ପ୍ରକାରରେ ମଧ୍ୟ ରୋକ ଲଗାଯାଇପାରିବ ନାହିଁ ବୋଲି ଶ୍ରଦ୍ଧାଳୁ ଭକ୍ତ କୁହନ୍ତି।

high court

ଛତର ଯାତ୍ରା ସମୟରେ ଶ୍ରଦ୍ଧାଳୁ ଓ ମାନସିକାଧାରୀ ମାନସିକ ପୂରଣ ହେବା ପରେ ପାରା, କୁକୁଡ଼ା, ବୋଦା ଆଦି ମାଆଙ୍କ ନିକଟରେ ସମର୍ପଣ କରିଥାନ୍ତି। ପରେ ମାନସିକ ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ଲୋକଙ୍କ ସଂସ୍କୃତି, ପରମ୍ପରା, ଆତ୍ମା ଓ ବିଶ୍ୱାସ ସହ ଧର୍ମୀୟ ଭାବନା ଯୋଡି ହୋଇରହିଛି। ହାଇକୋର୍ଟଙ୍କ ରାୟ ପ୍ରକାଶ ପରେ ଅସନ୍ତୋଷ ଦେଖାଦେଇଛି। ଏପଟେ ଲୋକ ସଚେତନ ହେଲେ ଏହି ପ୍ରଥା ଧୀରେ ଧୀରେ ରୋକାଯାଇପାରିବ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମାନ୍ୟବର ହାଇକୋର୍ଟ ଯାହା ନିର୍ଦ୍ଦେଶ ରହିବ ସେହିଭଳି ପଦକ୍ଷେପ ନିଆଯିବ ସହ ଲୋକ ସଚେତନ ପାଇଁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.