ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗ, ନିଜ ନିଜ ପକ୍ଷ ରଖିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଚାଲୁଥିବା ଆନ୍ଦୋଳନ କରୁଥିବା ସମସ୍ତ ବାର୍ ଆସୋସିଏସନର ସଭାପତି ଓ ସମ୍ପାଦକଙ୍କୁ ଆସନ୍ତାକାଲି ନିଜ ନିଜ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କୋର୍ଟ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ଏହାର ଯୁକ୍ତିଯୁକ୍ତ କାରଣ ସହ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ୬୦ରୁ ଊର୍ଦ୍ଧ୍ୱ ବାର୍ ଆସୋସିଏସନକୁ ଏନେଇ କୋର୍ଟ ନୋଟିସ ଦିଆଯାଇଛି । ନିଜ ପକ୍ଷ ରଖିବାକୁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ବାର୍ ଆସୋସିଏସନ କର୍ମକର୍ତ୍ତା । ଏ ସମ୍ପର୍କରେ ଓକିଲ ସଂଘର ସମୂହର କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଉପସ୍ଥିତ ରହିଥିଲେ ବିଭିନ୍ନ ଜିଲ୍ଲାର ଓକିଲ ସଂଘ ପ୍ରତିନିଧି । ସମ୍ବଲପୁର ବାର୍ ସମ୍ମିଳନୀ କକ୍ଷରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଗୋଟିଏ ଡ୍ରାଫଟିଂ କମିଟି ଗଠନ କରାଯାଇ ହାଇକୋର୍ଟ କରିଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖାଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।

 

 

Leave A Reply

Your email address will not be published.