ଗଞ୍ଜାମ ଚିକିଟି ବ୍ଳକ ରାମେୟାପାଟଣାରେ କୂଳ ଲଙ୍ଘୁଛି ସମୁଦ୍ର, ଭୟ ଓ ଚିନ୍ତାରେ ଦିନ କାଟୁଛନ୍ତି ଗ୍ରାମବାସୀ

ଗଞ୍ଜାମ ଚିକିଟି ବ୍ଳକର ରାମେୟାପାଟେଣାରେ ସମୁଦ୍ର କୂଳ ଲଙ୍ଘୁଛି । ପ୍ରତିବର୍ଷ ଏ ପ୍ରକାର ସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଚଳିତବର୍ଷ ଏହାର ପ୍ରଭାବ ଟିକେ ଅଧିକ ରହିଛି । ଏନେଇ ସମୁଦ୍ରର ଆଁ ଭିତରେ ଅନେକ ଥର ଲୀନ ହୋଇଯାଇଛି । ଏନେଇ ଗ୍ରାମବାସୀ ଏବେ ଭୟ ଓ ଚିନ୍ତାରେ ଦିନ କାଟୁଛନ୍ତି । ତାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିବା ବେଳେ ସେଠାରେ ଏକ ପ୍ରାଚୀର ନିର୍ମାଣ ପାଇଁ ଜଳସମ୍ପଦ ବିଭାଗର କର୍ତ୍ତୃପକ୍ଷ ଓ ବିଶ୍ୱବ୍ୟାଙ୍କ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରି ଫେରିଛନ୍ତି । ଏ ସମ୍ପର୍କରେ ଅଧିକ ଆଲୋଚନା କରିଛନ୍ତି ଆମ ଦକ୍ଷିଣ ଓଡ଼ିଶା ମୁଖ୍ୟ ପ୍ରକାଶ ପଟ୍ଟନାୟକ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.