କଟକରେ ପୋଲିସ-ଆଇନଜୀବୀ ବିବାଦ ପ୍ରସଙ୍ଗ, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

କଟକ(କେନ୍ଯୁଜ୍) : କଟକରେ ପୋଲିସ-ଆଇନଜୀବୀ ବିବାଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ହାଇକୋର୍ଟଙ୍କ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରିବାକୁ ନିର୍ଦ୍ଦେଶ । ଗୃହ ସଚିବ କମିଟିର ସଦସ୍ୟ ସଚିବ ରହିବେ । ଆଇନ ସଚିବ, ଡିଜିପି, ପୋଲିସ କମିଶନର ଓ ମୁଖ୍ୟ କାର୍ଯ୍ଯାଳୟ ଆଇଜି ସଦସ୍ୟ ରହିବେ । ସେହିପରି ହାଇକୋର୍ଟ ବାର ଆସୋସିଏସନର ସଭାପତି ଓ ସମ୍ପାଦକ ମଧ୍ୟ ସଚିବ ରହିବେ । ଏହାଛଡ଼ା ୩ ଜଣ ଆଇନଜୀବୀ ମଧ୍ୟ ସଦସ୍ୟ ରହିବେ । ସେଥିରୁ ଦୁଇ ଜଣ ଆଇନଜୀବୀଙ୍କର ସର୍ବନିମ୍ନ ୩୫ରୁ ୪୦ ବର୍ଷ ଅଭିଜ୍ଞତା ଥିବ । ଏହାସହ ଆଇନଜୀବୀମାନେ କୌଣସି ରାଜନୈତିକ ଦଳର ସଦସ୍ୟ ହୋଇ ନଥିବେ । କମିଟି ୨ ମାସ ମଧ୍ୟରେ ରିପୋର୍ଟ ଦେବ । ଭବିଷ୍ୟତରେ ବିବାଦର ପୁନରାବୃତି ଯେପରି ନ ହୁଏ ସେ ନେଇ କମିଟି ମତ ଦେବ । ମାମଲାର ଶୁଣାଣି କରି ଜଷ୍ଟିସ ସି. ଆର. ଦାସ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଜାନୁଆରୀ ଶେଷ ସପ୍ତାହରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.