Below header

ସିବିଆଇକୁ ନେଇ ଆନ୍ଧ୍ର-କେନ୍ଦ୍ର ସରକାର ମୁହାଁମୁହିଁ

ଆନ୍ଧ୍ର(କେନ୍ଯୁଜ୍) : ଆନ୍ଧ୍ର-କେନ୍ଦ୍ର ସରକାର ପୁଣି ମୁହାଁମୁହିଁ । ଏଥର ସିବିଆଇକୁ ନେଇ । ଆନ୍ଧ୍ରରେ ସିବିଆଇର ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପି ସରକାର। ଏଣିକି କୌଣସି ସରକାରୀ କାମରେ ସିବିଆଇ ଅଧିକାରୀ ଯଦି ଆନ୍ଧ୍ର ସୀମାରେ ପ୍ରବେଶ କରନ୍ତି ତେବେ ଆନ୍ଧ୍ର ସରକାରଙ୍କ ଅନୁମତି ନେବାକୁ ପଡିବ। ସିବିଆଇ ପ୍ରବେଶ ନେଇଥିବା କନ୍‌ସେଣ୍ଟ ଆକର୍ଡକୁ ପ୍ରତ୍ୟାହାର କରି ନେଇଛନ୍ତି ଆନ୍ଧ୍ର ସରକାର। ଏ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି କୌଣସି ରେଡ୍‌ କିମ୍ବା ତଦନ୍ତ ପାଇଁ ସିବିଆଇ ଅଧିକାରୀ ଆନ୍ଧ୍ର ଯିବେ ତେବେ ସରକାରଙ୍କ ଅନୁମତି ନେବା ଆବଶ୍ୟକ। ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟବ୍ଲିସମେଣ୍ଟ ଆକ୍ଟ ଅନୁଯାୟୀ ଥିବା କନେସେଣ୍ଟ ଆକର୍ଡ ଅର୍ଥାତ ଅନୁମତି ଚୁକ୍ତିକୁ ପ୍ରତ୍ୟାହାର କରି ନେଇଛି ଆନ୍ଧ୍ର ପ୍ରଦେଶ।

bgg ଦିଲ୍ଲୀ ସ୍ପେସାଲ ପୋଲିସ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୪୬ ଅନୁଯାୟୀ ସିବିଆଇ ଗଠନ ହୋଇଛି। ସେହି ନିୟମର କନେସେଣ୍ଟ ଆକର୍ଡ ଅନୁଯାୟୀ ସବୁ ରାଜ୍ୟର ସୀମା ଭିତରେ ପ୍ରବେଶ କରିପାରୁଛି ସିବିଆଇ। ବର୍ତ୍ତମାନ ଆନ୍ଧ୍ରର ଅନୁମତି ପ୍ରତ୍ୟାହାର ପରେ, ସିବିଆଇ ଆନ୍ଧ୍ର ସୀମା ଭିତରର କୌଣସି ମାମଲାରେ ହସ୍ତକ୍ଷେପ କରି ପାରିବ ନାହିଁ। ରାଜ୍ୟ ସରକାରଙ୍କ ଯୁକ୍ତି, ସିବିଆଇ ବିଶ୍ୱସନୀୟତା ହରାଇଛି। ସ୍କାମ୍‌ରେ ସିବିଆଇ ଅଧିକାରୀଙ୍କ ନାଁ ଆସିଛି। କିନ୍ତୁ ଆନ୍ଧ୍ର ସରକାରଙ୍କ କନସେଣ୍ଟ ଆକର୍ଡକୁ ପ୍ରତ୍ୟାହାର କରିବା କେତେ ଆଇନ ସମ୍ମତ ସେ ନେଇ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.