ଏଠାରେ ସ୍ବାମୀଙ୍କ ମୃତ୍ୟୁ ପରେ ମହିଳାମାନେ ହୁଅନ୍ତି ନାହିଁ ବିଧବା, କାରଣ ଜାଣି ହେବେ ଆଶ୍ଚର୍ଯ୍ଯ

ଦୁନିଆ ବହୁତ ଅଜବ ଅଟେ। ଭାରତବର୍ଷରେ ବହୁତ ପ୍ରକାରର ପ୍ରଥା ରହିଛି। ଏହି ପ୍ରଥା ବେଳେବେଳେ ବହୁତ ଅଜବ ପ୍ରକାର ମଧ୍ୟ ରହିଥାଏ। ଭାରତରେ କିଛି ଗାଁ ଏମିତି ରହିଛି ଯେଉଁଠି ସେମାନେ ତିଆରି କରିଥିବା ପ୍ରଥା ଚାଲୁଛି, ଯେଉଁ ପ୍ରଥା ଆମ ପାଇଁ ବହୁତ ଅଜବ ଅଟେ। ଆଜି ଆମେ ଆପଣଙ୍କୁ ଏମିତି କିଛି ଗାଁ ବିଷୟରେ ଜଣାଇବାକୁ ଯାଉଛୁ। ଯେଉଁଠି ଚାଲି ଚଳଣୀ ପୂରାପୂରୀ ଅଲଗା ହୋଇଥାଏ।

ମହିଳାମାନେ ହୁଅନ୍ତି ନାହିଁ ବିଧବା :

ଏହି ଗାଁ ଅନ୍ୟ କେଉଁଠି ନୁହେଁ ବରଂ ମଧ୍ୟପ୍ରଦେଶରେ ,ଯେଉଁଠି କୌଣସି ବି ମହିଳା ବିଧବା ହୁଅନ୍ତି ନାହିଁ। ଏଠାରେ ବିଧବା ହେବାର ପ୍ରଥା ନାହିଁ। ମଣ୍ଡଳା ଜିଲ୍ଲାର ବିହଙ୍ଗା ଗ୍ରାମର କାହାଣୀ କିଛି ଏମିତି ଯାହା ଦୁନିଆ ଠାରୁ ସମ୍ପର୍ଣ୍ଣ ଅଲଗା ଅଟେ। ଏଠାରେ ଆପଣ କୌଣସି ବି ମହିଳାଙ୍କୁ ବିଧବା ଥିବାର ଦେଖିବାକୁ ମିଳିବେ ନାହିଁ। ଏମାନେ ଏହି ଗାଁର ଗୌଡ ଜନଜାତିର ଅଟନ୍ତି।

marriage time

ନାତି ପୁତୁରାଙ୍କ ସହିତ କରିଦିଆଯାଏ ବିବାହ :

ବିବାହ ପାଇଁ ଏହା ଜରୁରୀ ନୁହେଁ ଯେ ଜଣେ ସ୍ତ୍ରୀ କେବଳ ତାର ଦେଢ଼ଶୁର କିମ୍ବା ଦିଅରକୁ ବିବାହ କରିବ। ଘରେ ଯଦି ବିବାହ ପାଇଁ ସକ୍ଷମ ନାତି,ପୁତୁରା ଥିବେ ତେବେ ସେମାନଙ୍କ ସହିତ ମହିଳାଙ୍କ ବିବାହ କରିଦିଆଯାଏ। ଯଦି କୌଣସି ପୁରୁଷ ବିବାହ ପାଇଁ ରାଜି ହୁଏନାହିଁ କିମ୍ବା ବିବାହ ପାଇଁ ସକ୍ଷମ ହୋଇନଥାଏ। ତାକୁ ଅଲଗା ପ୍ରକ୍ରୀୟା ଦିଆଯାଇଥାଏ। ଏହାଛଡା ଯଦି ବିବାହ ହୁଏ ନାହିଁ ତେବେ ବିଧବା ମହିଳାଙ୍କର ସ୍ବାମୀର ଦସାହ ପରେ ଅଲଗା ଘରର ମହିଳାମାନେ ଚାନ୍ଦିର ଚୁଡି ଉପହାର ଆକାରରେ ଦେଇଥାନ୍ତି, ଯାହାକୁ ପାଟୋ କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.