Below header

ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ହୋଇପାରେ ଶୁଣାଣି

କଟକ: ଦୁର୍ଗାପୂଜାକୁ ନେଇ ହାଇକୋର୍ଟରେ ଦାୟର ମାମଲାର ଆଜି ଶୁଣାଣି ହୋଇପାରେ । ରାଜ୍ୟ ସରକାର କରିଥିବା ଗାଇଡ୍‌ ଲାଇନ୍‌କୁ ଚ୍ୟାଲେଞ୍ଜ କରି କୋର୍ଟ ଯାଇଥିଲା ବାଲୁବଜାର ପୂଜା କମିଟି । ଦାୟର ମାମଲାରେ କଟକ ସହରର ୨୧ଟି ପୂଜା ମଣ୍ଡପ ମଧ୍ୟ ଏହି ଅଭିଯୋଗ ଆଣିଛନ୍ତି ।

ଗାଇଡ୍‌ ଲାଇନ ଅନୁଯାୟୀ ୪ ଫୁଟ୍‌ ଭିତରେ ମୂର୍ତ୍ତି ଉଚ୍ଚତା ସୀମିତ ରଖିବାକୁ କୁହାଯାଇଛି । ସଂକ୍ରମଣ ସହ ମୂର୍ତ୍ତିର ଉଚ୍ଚତାର କଣ ସମ୍ପର୍କ ବୋଲି ପ୍ରଶ୍ନ ଉଠାଇଛନ୍ତି ସମସ୍ତ ପୂଜା କମିଟି । ଏହାସହ ମଣ୍ଡପକୁ ଆବଦ୍ଧ କରି ପୂଜା ନେଇ ଥିବା ଗାଇଡ୍‌ ଲାଇନ୍‌କୁ ପୂଜା କମିଟି ତରଫରୁ ବିରୋଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.