ଟିକଟକ୍‌ ପ୍ରେମୀଙ୍କ ପାଇଁ ଖୁସି ଖବର, ୟୁଟ୍ୟୁବ ଲଞ୍ଚ କଲା ‘shorts’ ଆପ୍‌

ଭାରତରେ ଖୁବ୍‌ ଲୋକପ୍ରିୟ ଥିବା ଚୀନ୍‌ ଆପ୍‌ ଟିକଟକ୍‌ ପ୍ରତିବନ୍ଧତ ହେବା ପରେ ବର୍ତ୍ତମାନ ୟୁଟ୍ୟୁବ ଏବଂ ଫେସବୁକ୍‌ ମଧ୍ୟ ଏହାର ବିକଳ୍ପ ଅଣିଛି। ସୂଚନା ମୁତାବକ ଏହି ଆପ୍‌ ପରିବର୍ତ୍ତେ ୟୁଟ୍ୟୁବ ‘ସର୍ଟସ୍‌’ ନାମକ ଏକ ଆପ୍‌ ଲଞ୍ଚ କରିଛି। ସେହିଭଳି ଫେସବୁକ୍‌ ‘ଲାସୋ’ ନାମକ ଏକ ବିକଳ୍ପର ଟେଷ୍ଟ ବ୍ରାଜିଲରେ ଆରମ୍ଭ ହୋଇଛି। ୟୁଟ୍ୟୁବର ନୂଆ ଆପ୍‌ ସର୍ଟସ ଜରିଆରେ ଲୋକମାନେ ଛୋଟ ଛୋଟ ଭିଡିଓ କରି ଟିକଟକ୍‌ ପରି ଅପଲୋଡ୍‌ କରିପାରିବେ। ଏଥିରେ ୟୁଟ୍ୟୁବର ଲାଇସେନ୍ସ ଥିବା ୀତ ଉପରେ ଭିଡିଓ କରାଯାଇପାରିବ।

youtube appସୂଚନା ମୁତାବକ ଟିକଟକ୍‌ ରେ ଯେପରି ଅଡିଓ ଏବଂ ଗୀତ ବାଛିବାର ବିକଳ୍ପ ରହିଥିଲା ସେହିଭଳି ୟୁଟ୍ୟୁବ ସର୍ଟସ୍‌ ଆପ୍‌ ର ଖାସିୟତ ହେଉଛି, ଏହାର ଅଡିଓ ଏବଂ ଗୀତକୁ ନେଇ କୌଣସି କପିରାଇଟ୍‌ ମାମଲା ଆସିବ ନାହିଁ। କାରଣ ଏହି ଲିଷ୍ଟରେ ଲାଇସେନ୍ସ ଥିବା ଗୀତ ରହିବ।

shorts appସୂଚନା ଯୋଗ୍ୟ ଗତ ୨ବର୍ଷରେ ଟିକଟକ୍‌ ର ଲୋକପ୍ରିୟତା ଭାରତରେ ୧୨୫ ପ୍ରତିଶତରୁ ଅଧିକ ଡାଉନଲୋଡ କରାଯିବା ସହ ଭାରତରେ ଏହାର ଅନେକ ୟୁଜର୍ସ ରହିଥିଲେ। ସେହିଭଳି ଗତ ୧ବର୍ଷ ମଧ୍ୟରେ ଗୁଗଲ୍‌ ଆପ୍‌ ଷ୍ଟୋରରୁ ଏହି ଆପ୍‌ ୮୪ କୋଟି ୨୦ ଲକ୍ଷ ଥର ଡାଉନଲୋଡ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.