Below header

୧୭ ତାରିଖରେ ଘୁର୍ଣ୍ଣିବଳୟ ସମ୍ଭାବନା, ଉତ୍ତର ଓଡ଼ିଶାରେ ତିନି ଦିନ ପ୍ରବଳ ବର୍ଷିବ

ଭୁବନେଶ୍ବର: କିଛି କିଛି ଦିନ ବ୍ଯବଧାନରେ ଲାଗିରହିଛି ଲଘୁଚାପ । ପୁଣି ଆସନ୍ତା ୧୭ ତାରିଖରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ଯାହା ୧୯ ତାରିଖରେ ଲଘୁଚାପରେ ପରିଣତ ହୋଇପାରେ ବୋଲି କୁହାଯାଇଛି ।

ପରେ ଏହା ସ୍ଥଳ ଭାଗକୁ ନଯାଇ ପୂର୍ବ ଆଡକୁ ମୁହାଁଇବ। ଫଳରେ ଉତ୍ତର ଓଡ଼ିଶାରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଲଗାଣ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ତେବେ ଆଜି ସକାଳୁ ରାଜ୍ଯର କିଛି ସ୍ଥାନରେ ସାମାନ୍ଯ ବର୍ଷା ହୋଇଥିବାର ଦେଖିବାକୁ ମିଳିଛି। ଯାହା ଲାଗିରହିଥିବାରୁ ଗୁଳୁଗୁଳିରୁ ସାମାନ୍ଯ ତ୍ରାହୀ ଦେଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.