ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ, ୮୦ ହଜାର ଟପିଲାଣି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦିନକରେ ୮୩ ହଜାର ୮୦୯ ଆକ୍ରାନ୍ତ ଚିହ୍ନଟ । ୧ ହଜାର ୫୪ ଜଣଙ୍କ ମୁଣ୍ଡ ନେଇଛି ଭାଇରସ୍‌ । ନୂଆ ଆକ୍ରନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୯ ଲକ୍ଷ ୩୦ ହଜାର ୨୩୭ରେ ପହଁଞ୍ଚିଲାଣି । ମୃତ୍ୟୁ ସଂଖ୍ୟା ୮୦ ହଜାର ଟପିଲାଣି । କରୋନାରୁ ସୁସ୍ଥ ହେଲେଣି ମୋଟ ୩୮ ଲକ୍ଷ ୫୯ ହଜାର ୪୦୦ ଆକ୍ରାନ୍ତ ।

ଚିକିତ୍ସିତ ହେଉଛନ୍ତି ୯ ଲକ୍ଷ ୯୦ ହଜାର ୦୬୧ ସଂକ୍ରମିତ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏନେଇ ସୂଚନା ମିଳିଛି । ଦେଶରେ ସୁସ୍ଥତା ହାର ୭୮.୨୮ ପ୍ରତିଶତ । ସେହିଭଳି ମୃତ୍ୟୁ ହାର ରହିଛି ୧.୬୪ ପ୍ରତିଶତ । ସାରା ବିଶ୍ୱରେ ମୃତ୍ୟୁହାର ରହିଛି ୩.୨ ପ୍ରତିଶତ । ଅନେକ ରାଜ୍ୟରେ ୧ ପ୍ରତିଶତରୁ କମ ରହିଛି ମୃତ୍ୟୁହାର । ଓଡ଼ିଶାରେ ମଧ୍ୟ ୧ ପ୍ରତିଶତରୁ କମ ରହିଛି ମୃତ୍ୟୁହାର । ଦେଶରେ ଆକ୍ଟିଭ କେସ ରହିଛି ୯ ଲକ୍ଷ ୯୦ ହଜାର ୬୧ । ଯାହାକି ୨୦. ୦୮ ପ୍ରତିଶତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.