Below header

ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଚିକିତ୍ସାଳୟରେ ଡାକ୍ତର ନିୟୋଜିତ କର, ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କେନ୍ୟୁଜ୍(ବ୍ୟୁରୋ): ଚିକିତ୍ସାଳୟରେ ଅଭିଜ୍ଞ ଡାକ୍ତର ନିୟୋଜିତ କରିବାକୁ ନିର୍ଦ୍ଦେଶ । ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ଚିକିତ୍ସାଳୟରେ ଡାକ୍ତର ନିୟୋଜିତ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଡିଏମଇଟିଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । କରୋନା ଚିକିତ୍ସା କରୁଥିବା ଡାକ୍ତରଙ୍କୁ ସୁରକ୍ଷା ଦିଆଯାଉ । ଆବଶ୍ୟକ ନଥିଲେ ଡାକ୍ତରଙ୍କୁ ଛୁଟି ନଦେବାକୁ ନିର୍ଦ୍ଦେଶ ରହିଛି । ରୋଗୀ ଓ ରୋଗୀ ସମ୍ପର୍କୀୟଙ୍କୁ ନ ଅଟାଇବାକୁ ପୋଲିସ୍‌ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏକ ଜନସ୍ୱାର୍ଥ ମାମଲାର ଶୁଣାଣି କରି ହାଇକୋର୍ଟଙ୍କ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ୍‌ ବିଶ୍ୱନାଥ ରଥଙ୍କ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.