ପୂଜା ଗାଇଡଲାଇନରେ ହସ୍ତକ୍ଷେପ କରିବାକୁ ମନାକଲେ ହାଇକୋର୍ଟ, ରାଜ୍ୟରେ ସମସ୍ତ ପୂଜାରେ ଚାରି ଫୁଟର ହେବ ମୂର୍ତ୍ତି

କଟକ: ମଣ୍ଡପରେ ଦୁର୍ଗ ପୂଜା ଓ ବିଭିନ୍ନ ପୂଜାକୁ ନେଇ ରାଜ୍ୟ ସରକାର ଯେଉଁ ଗାଇଡ୍‌ଲାଇନ୍ ଜାରି କରିଛନ୍ତି ସେଥିରେ କୌଣସି ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରି ଦେଇଛନ୍ତି । କୋଭିଡ ଗାଇଡଲାଇନରେ କିଛି ପରିବର୍ତ୍ତନ କରି କଟକ ଦୁର୍ଗାପୂଜା ପାଇଁ ଅନୁମତି ଦେବାକୁ ଯେଉଁ ଆବେଦନ ହୋଇଥିଲା ତାକୁ ନେଇ ହାଇକୋର୍ଟ ଏକଥା କହିଛନ୍ତି । କେବଳ କଟକ ଦୁର୍ଗାପୂଜା ନୁହଁ, ସାରା ରାଜ୍ୟ ପାଇଁ ଗାଇଡଲାଇନ ଜାରି କରିଛନ୍ତି ସରକାର ।

ଦୁର୍ଗାପୂଜା ସମେତ ଲକ୍ଷ୍ମୀପୂଜା, କାଳୀ ପୂଜା, କାର୍ତ୍ତିକେଶ୍ୱର ପୂଜା ପାଇଁ ଜାରି ହୋଇଛି ଏହି ଗାଇଡଲାଇନ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ମାସରେ ହେଉଥିବା ସମସ୍ତ ପୂଜାରେ ଏହି ନିୟମ ଲାଗୁ ହେବ । ସାରା ରାଜ୍ୟରେ ସମସ୍ତ ପୂଜାରେ ଚାରି ଫୁଟର ମୂର୍ତ୍ତି ନିର୍ମାଣ ହେବ । ୪ ଫୁଟର ମୂର୍ତ୍ତି ହେଲେ ବିସର୍ଜନ ସହଜରେ ସମାପନ ହେବ ବୋଲି କହିଛନ୍ତି କୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.