କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ହସ୍ତକ୍ଷେପ

ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ ।

କଟକ(କେନ୍ୟୁଜ): ରାଜ୍ୟରେ କନଷ୍ଟେବଳ ନିଯୁକ୍ତି ପ୍ରକ୍ରିୟାରେ ହାଇକୋର୍ଟଙ୍କ ରାୟ । ଢେଙ୍କାନାଳ, ଭଦ୍ରକ, କୋରାପୁଟ ଓ କଳାହାଣ୍ଡି ଜିଲ୍ଲାର କନେଷ୍ଟବଳ ନିଯୁକ୍ତି ପ୍ରକ୍ରିୟା ଉପରେ ହସ୍ତକ୍ଷେପ କରିଛନ୍ତି ହାଇକୋର୍ଟ । ପୂର୍ବରୁ ପୁରୀ ଜିଲ୍ଲାର ନିଯୁକ୍ତି ପ୍ରକ୍ରିୟା ଉପରେ ମଧ୍ୟ ହସ୍ତକ୍ଷେପ କରିଥିଲେ ହାଇକୋର୍ଟ । ସମସ୍ତ ପ୍ରତିପକ୍ଷଙ୍କୁ କୋର୍ଟ ନୋଟିସ ଜାରି କରିଥିବା ବେଳେ ଏ ସମସ୍ତ ଜିଲ୍ଲା ପୋଲିସ ସିଲେକ୍ସନ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଚାଲୁ ରଖିପାରିବେ ବୋଲି କହିଛନ୍ତି ।

କିନ୍ତୁ ହାଇକୋର୍ଟରେ ଆଗତ ଏହି ରିଟ୍‌ ପିଟିସନର ଚୂଡାନ୍ତ ରାୟ ପରେ ଏହି ସବୁ ଜିଲ୍ଲାର କନଷ୍ଟେବଳ ନିଯୁକ୍ତି ପରୀକ୍ଷାର ଫଳାଫଳ ଘୋଷଣା କରାଯିବ ବୋଲି ହାଇକୋର୍ଟ ନିର୍ଦ୍ଦେଶନାମାରେ ସ୍ପଷ୍ଟ କରିଛନ୍ତି । ବିଶାଳ ମୁଣ୍ଡ୍‌ ଓ ଅନ୍ୟମାନଙ୍କ ପକ୍ଷରୁ ଆଗତ ଏହି ରିଟ ପିଟିସନକୁ ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଆବେଦନକାରିଣୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ ରଥ ଏହି ମକଦ୍ଦମା ପରିଚାଳନା କରୁଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲା ପୋଲିସରେ ୪ହଜାର ୭୯୦ କନଷ୍ଟେବଳ ନିଯୁକ୍ତି ପାଇଁ ପ୍ରକ୍ରିୟା ଜାରି ରହିଛି । ବୋର୍ଡ ଧାର୍ଯ୍ୟ କରିଥିବା ପାସ୍‌ ମାର୍କ ବେଆଇନ ବୋଲି ପିଟିସନରେ ଦର୍ଶାଯାଇଛି । ସେହିଭଳି କଟଅପ ମାର୍କ ରଖାଯିବା ବିଜ୍ଞାପନରେ ନଥିଲା ବୋଲି ଆବେଦନରେ ଦର୍ଶାଯାଇଛି । ଏହାସହିତ ହୋମଗାର୍ଡଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବାବେଳେ ତା ମଧ୍ୟରେ ଏସସି, ଏସଟି ସଂରକ୍ଷଣ ବେଆଇନ ଭାବେ ରଖାଯାଇଛି ବୋଲି ଆବେଦନରେ ଦର୍ଶାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.