ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ

ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ । କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସପ୍ତାହକ ତଳେ ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ଆସି କେନ୍ଦ୍ରୀୟ ବନାଞ୍ଚଳ, ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳରେ ୨୯ଟି ଗଛ ଚିହ୍ନଟ କରିଥିଲେ ।

ପୁରୀ(କେନ୍ୟୁଜ୍): ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଗଞ୍ଜାମ ଉତ୍ତର ଘୁମୁସର ବନଖଣ୍ଡରୁ କାଠକଟା ଆରମ୍ଭ । କେନ୍ଦ୍ରୀୟ ବନାଞ୍ଚଳ କାଳିଆମ୍ବା ଜଙ୍ଗଲରୁ ଗଛକଟା ଆରମ୍ଭ ହୋଇଛି । ସପ୍ତାହକ ତଳେ ପୁରୀ ଶ୍ରୀମନ୍ଦିରର ପ୍ରତିନିଧି ଦଳ ଆସି କେନ୍ଦ୍ରୀୟ ବନାଞ୍ଚଳ, ତାରାସିଙ୍ଗି ଓ ମୁଜାଗଡ ବନାଞ୍ଚଳରେ ୨୯ଟି ଗଛ ଚିହ୍ନଟ କରିଥିଲେ ।

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ୯ଟି ଫାଶୀ ଗଛ ଏବଂ ୨୦ଟି ଧଉରା ଗଛ ଚିହ୍ନଟ ହୋଇଥିଲା । ଚିହ୍ନଟ ଗଛଗୁଡ଼ିକୁ କଟା କାର୍ଯ୍ୟ ଆରମ୍ଭ ହୋଇଛି। ସେପଟେ ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି ।

ଗଛକଟା ହେବା ପୂର୍ବରୁ ବହୁସଂଖ୍ୟକ ମହିଳା ରାସ୍ତାରେ ଝୋଟି ପକାଇ ସମସ୍ତଙ୍କୁ ସ୍ୱାଗତ କରିଥିଲେ । ଜୟ ଜଗନ୍ନାଥ ଧ୍ଵନିରେ ଉଛୁଳି ଉଠିଥିଲା ଜଙ୍ଗଲ ପରିବେଶ। ଗଛ କଟା ଦେଖିବାକୁ ବହୁ ଗ୍ରାମବାସୀଙ୍କ ଭିଡ଼ ଜମିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଗଛ କଟାଯିବ ବୋଲି କହିଛନ୍ତି ବନଖଣ୍ଡ ଅଧିକାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.