ହୀରାକୁଦରେ ବଢୁଛି ଜଳସ୍ତର, ଏବେ ୬୧୪.୬୯ ଫୁଟ ପାଣି ; ଫୁଲୁଛି ମହାନଦୀ

ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଏବେ ୫ଟି ଗେଟ୍‌ ଦେଳ ପ୍ରବାହିତ ହେଉଛି ବନ୍ୟା ଜଳ । ଗତକାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ସମ୍ବଲପୁର (କେନ୍ୟୁଜ): ଉପରମୁଣ୍ଡରେ ପ୍ରବଳ ବର୍ଷା ହୋଇଛି । ଫୁଲିଛି ମହାନଦୀ । ହୀରାକୁଦରେ ବଢିଛି ଜଳସ୍ତର । ଏବେ ୫ଟି ଗେଟ୍‌ ଦେଳ ପ୍ରବାହିତ ହେଉଛି ବନ୍ୟା ଜଳ । ଗତକାଲି ଡ୍ୟାମରୁ ଚଳିତବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି । ବାମପଟର ୩ଟି ଓ ଡାହାଣ ପାର୍ଶ୍ୱର ୨ଟି ସ୍ଲୁଇସ୍‌ ଗେଟ୍‌ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି ।

ଏବେ ଡ୍ୟାମର ଜଳସ୍ତର ରହିଛି ୬୧୪.୬୯ ଫୁଟ୍‌ । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୯୩ ହଜାର ୬୧ କ୍ୟୁସେକ୍‌ ପାଣି । ୧ ଲକ୍ଷ ୧୭ହଜାର ୧୨୬ କ୍ୟୁସେକ୍‌ ବନ୍ୟା ପାଣି ନିଷ୍କାସିତ ହେଉଛି । ହୀରାକୁଦ ପାଣି ଛାଡ଼ିଥିବାରୁ ମହାନଦୀ ଅବବାହିକାରେ ଥିବା ଜିଲ୍ଲାଗୁଡ଼ିକ ଆଲର୍ଟରେ ଅଛନ୍ତି । ଲୋକଙ୍କୁ ସଚେତନ କରାଉଛି ସ୍ଥାନୀୟ ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.