ପୁରୀ ବାସୀଙ୍କ ପାଇଁ ଖୁସି ଖବର: ଆଜିିଠୁୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର

ଆଜିିଠୁୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । କେବଳ ପୁରୀର ଶ୍ରଦ୍ଧାଳୁ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ । ଏଥିପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା ।

ପୁରୀ (କେନ୍ୟୁଜ): ପୁରୀ ସହରବାସୀଙ୍କ ପାଇଁ ଖୁସି ଖବର । ଆଜିିଠୁୁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର । କେବଳ ପୁରୀର ଶ୍ରଦ୍ଧାଳୁ ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରିବେ । ଏଥିପାଇଁ ବ୍ୟବସ୍ଥା କରିଛି ପ୍ରଶାସନ । ଗତକାଲି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ସବ୍‌ କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା । ଦେଢ଼ ବର୍ଷ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି ।

କୋଭିଡ ମହାମାରୀ ସମୟରେ ଶ୍ରୀମନ୍ଦିରର ୩ ଦ୍ୱାର ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ କରାଯାଇଥିଲା । ଏହାପରେ ଆଉ ତାକୁ ଖୋଲାଯାଇନାହିଁ । ଏବେ ଚାରି ଦ୍ୱାର ଖୋଲିବା ପାଇଁ ଭକ୍ତ ଓ ସେବାୟତ ବି ଦାବି କରୁଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ତୁରନ୍ତ ଅନ୍ୟୁନ ଗୋଟିଏ ଦ୍ୱାର ଖୋଲିବାକୁ ଦାବି କରିଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଅନ୍ତର୍ଜାତୀୟ ବାଲୁକା ଶିଳ୍ପା ସୁଦର୍ଶନ ପଟ୍ଟନାୟକ । କେବଳ ସିଂହଦ୍ୱାର ଦେଇ ଭକ୍ତ ମନ୍ଦିର ଭିତରକୁ ପ୍ରବେଶ କରୁଥିବାରୁ ସ୍ଥାନୀୟ ବାସିନ୍ଦାଙ୍କ ସହ ଭକ୍ତ ଓ ଶ୍ରଦ୍ଧାଳୁ ଅସୁବିଧା ଭୋଗୁଛନ୍ତି । ବେଳେ ବେଳେ ଲମ୍ବା ଧାଡ଼ିରେ ଠିଆ ହେଉଛନ୍ତି ଭକ୍ତ । ମରିଚିକୋଟ ଆଗକୁ ବି ଲାଇନ୍‌ ଲମ୍ବୁଛି । ଖରାତରାରେ ଧାଡ଼ିରେ ଠିଆ ହେଉଛନ୍ତି ବୟସ୍କ ଓ ଶିଶୁ । ବର୍ତ୍ତମାନର ଦର୍ଶନ ବ୍ୟବସ୍ଥା ଯୋଗୁଁ ଅନେକ ମହାପ୍ରସାଦ ନପାଇ କଲବଲ ହେଉଥିବା ବି ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.