ଧକ୍କା ଦେଲା ଅଜଣା ଗାଡ଼ି, ୩ କର୍ମଚାରୀ ମୃତ

ଅଜଣା ଗାଡ଼ି ଧକ୍କାରେ ୩ ମୃତ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏନଏଚଆଇର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି ।

ବରଗଡ଼ (କେନ୍ୟୁଜ): ଅଜଣା ଗାଡ଼ି ଧକ୍କାରେ ୩ ମୃତ । ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଲୁହୁରାଚଟି ଜାତୀୟ ରାଜପଥରେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଏନଏଚଆଇର ୩ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ମୃତକ ୩ ଜଣ ସୋହେଲା ବ୍ଳକ ବନ୍ଦଳା ଗାଁର ପାର୍ଥବ ସାହୁ, ସୋହେଲା ଗାଁର ବିକାଶ ଷଣ୍ଢ ଓ ଜଗତସିଂହପୁରର ସୁବ୍ରତ ମଲ୍ଲିକ୍ । ଖବର ପାଇ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ଏକ ବ୍ରେକ୍ ଡାଉନ ଥିବା ଗାଡ଼ିକୁ ସାଇଡ୍ କରିବା ସମୟରେ ଅଜଣା ଗାଡି ଧକ୍କା ଦେଇଥିବା ଜଣାପଡିଛି ।

ଅନ୍ୟପଟେ ଆଜି କୋଣାର୍କ ପିପିଲି ରାସ୍ତାର ଗୋପ ବାୟାକୁଦା ଗାଁ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି । ଦୁଇ ମହିଳା ଭୋରୁ ରାସ୍ତା କଡରେ ଫୁଲତୋଳୁ ଥିବା ବେଳେ ଗୋପ ପଟୁ ଆସୁଥିବା ଏକ କାର ମହିଳାଙ୍କୁ ସିଧା ଧକ୍କା ଦେଇଥିଲା । ପରେ କାରଟି ଭାରସ୍ୟମ ହରାଇ କୋଣାର୍କ ପଟୁ ଆସୁଥିବା ଏକ ବାଇକ ଆରୋହୀଙ୍କୁ ପିଟିଥିଲା । ଘଟଣା ସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମହିଳା ଏବଂ ବାଇକ ଆରୋହୀ ଗୁରୁତର ଆହତ ହୋଇଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.