ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ, କମ୍ପାନୀ ଲାଭକୁ କରୁଥିଲେ ଆତ୍ମସାତ
କମ୍ପାନୀରୁ ହେଉଥିବା ଲାଭ ମଧ୍ୟ ଏହି ଅନୁପାତରେ ୩ ଭାଗରେ ବଣ୍ଟାଯିବ । କିନ୍ତୁ ବୈଭବ କମ୍ପାନୀର ଲାଭକୁ ପାଣ୍ଡ୍ୟା ବ୍ରଦର୍ସ ଦେବା ପରିବର୍ତ୍ତେ ଅନ୍ୟ ଏକ କମ୍ପାନୀ ତିଆରି କରି ସେଠାକୁ ଲାଭ ପଇସା ଟ୍ରାନ୍ସଫର କରୁଥିଲେ । ଏହି ଯୋଗୁଁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପାଖାପାଖି ୪.୩ କୋଟି ଟଙ୍କାର କ୍ଷତି ହୋଇଥିଲା ।

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ତଥା ମୁମ୍ବାଇ ଇଣ୍ଡିଆନ୍ସ ଟିମର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି । ମୁମ୍ବାଇ ପୋଲିସର ଇକୋନୋମିକ ଅଫିସ ଓ୍ଵିଙ୍ଗ ଠକେଇ ମାମଲାରେ ୩ ବର୍ଷ ପୁରୁଣା ମାମଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବଙ୍କୁ ଗିରଫ କରିଛି ।
ମୁମ୍ବାଇ ପୋଲିସ ମୁତାବକ, ପୋଲିସ ଯେଉଁ ଅଭିଯୁକ୍ତକୁ ଧରିଛି, ସେ ହାର୍ଦ୍ଦିକ ଏବଂ କ୍ରୁଣାଲ ପାଣ୍ଡ୍ୟାଙ୍କ ସାବତ ଭାଇ ବୈଭବ ପାଣ୍ଡ୍ୟାଙ୍କୁ ଏହି ମାମଲାରେ ଗିରଫ କରିଛି । ୨୦୨୧ରେପାଣ୍ଡ୍ୟା ବ୍ରଦର୍ସ ସହିତ ମିଶି ବୈଭବ ପଲିମର ବିଜନେସ ନାମରେ ଏକ କମ୍ପାନୀ ଆରମ୍ଭ କରିଥିଲା । ଏହି କମ୍ପାନୀରେ ହାର୍ଦ୍ଦିକ ଏବଂ କ୍ରୁନାଲଙ୍କ ୪୦-୪୦ ପ୍ରତିତ ଏବଂ ବୈଭବଙ୍କ ୨୦ ପ୍ରତିଶତ ଅଂଶଧନ ଥିଲା ।
Economic Offence Wing of Mumbai police have arrested Vaibhav Pandya, stepbrother of cricketer Hardik Pandya; for allegedly cheating them of around Rs 4 crore in business: Mumbai Police
Vaibhav allegedly diverted around Rs 4.3 crore from the partnership firm, causing a loss to…
— ANI (@ANI) April 11, 2024
ପାର୍ଟନରସିପ ସର୍ତ୍ତ ଅନୁଯାୟୀ, କମ୍ପାନୀରୁ ହେଉଥିବା ଲାଭ ମଧ୍ୟ ଏହି ଅନୁପାତରେ ୩ ଭାଗରେ ବଣ୍ଟାଯିବ । କିନ୍ତୁ ବୈଭବ କମ୍ପାନୀର ଲାଭକୁ ପାଣ୍ଡ୍ୟା ବ୍ରଦର୍ସ ଦେବା ପରିବର୍ତ୍ତେ ଅନ୍ୟ ଏକ କମ୍ପାନୀ ତିଆରି କରି ସେଠାକୁ ଲାଭ ପଇସା ଟ୍ରାନ୍ସଫର କରୁଥିଲେ । ଏହି ଯୋଗୁଁ ପାଣ୍ଡ୍ୟା ବ୍ରଦର୍ସଙ୍କୁ ପାଖାପାଖି ୪.୩ କୋଟି ଟଙ୍କାର କ୍ଷତି ହୋଇଥିଲା ।
ସୂଚନାଯୋଗ୍ୟ, ୨୦୨୪ ଆଇପିଏଲରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରଦର୍ଶନ ବେଶ୍ ପ୍ରଭାବଶାଳୀ ହୋଇନାହିଁ । ମୁମ୍ବାଇ ଇଣ୍ଡିଆନ୍ସ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ବିପକ୍ଷରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳିଥିଲା । ଏହି ମ୍ୟାଚରେ ମୁମ୍ବାଇ ୬ ରନରେ ହାରିଥିଲା । ଏହାପରେ ଟିମ୍ ସିଜନର ଦ୍ୱିତୀୟ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳିଥିଲା । ଏଥିରେ ମଧ୍ୟ ମୁମ୍ବାଇର ୩୧ ରନରେ ମ୍ୟାଚ ହାରିଥିଲା । ଏହାପରେ ତୃତୀୟ ମ୍ୟାଚ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଓ୍ଵାଙ୍ଖଡେରେ ଘରୋଇ ପଡିଆରେ ଖେଳିଥିଲା । କିନ୍ତୁ ମୁମ୍ବାଇ ଏଥିରେ ମଧ୍ୟ ୬ ଓ୍ଵିକେଟରେ ପରାଜୟର ଶିକାର ହୋଇଥିଲା । ମୁମ୍ବାଇ ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ୧ ଟି ମ୍ୟାଚ ଜିତିଛି । ପଏଣ୍ଟ ଟେବୁଲରେ ୭ ନଂ ସ୍ଥାନରେ ରହିଛି ।