ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦ ରଦ୍ଦ, ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି

ପ୍ରେମାନନ୍ଦ ଓ ଅରବିନ୍ଦଙ୍କ ବିଧାୟକ ପଦ ରଦ୍ଦ। ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରେମାନନ୍ଦ ନାୟକ ଓ ଅରବିନ୍ଦ ଢାଲିଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି। ଦଳ ବଦଳ ଅଭିଯୋଗରେ ଦୁଇ ଜଣଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଭୁବନେଶ୍ୱର (କେନ୍ୟୁଜ): ପ୍ରେମାନନ୍ଦ ଓ ଅରବିନ୍ଦଙ୍କ ବିଧାୟକ ପଦ ରଦ୍ଦ। ବାଚସ୍ପତି ପ୍ରମିଳା ମଲ୍ଲିକ ପ୍ରେମାନନ୍ଦ ନାୟକ ଓ ଅରବିନ୍ଦ ଢାଲିଙ୍କ ବିଧାୟକ ପଦ ରଦ୍ଦ କରିଛନ୍ତି। ଦଳ ବଦଳ ଅଭିଯୋଗରେ ଦୁଇ ଜଣଙ୍କ ସଭ୍ୟ ପଦ ରଦ୍ଦ କରାଯାଇଛି। ବିଧାନସଭା ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି । ସରକାରୀ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ବାଚସ୍ପତିଙ୍କ ନିକଟରେ ଦୁଇ ଜଣଙ୍କ ବିରୋଧରେ ପିଟିସନ ଦାୟର କରିଥିଲେ ।

୧୮ ମାର୍ଚ୍ଚରେ ବାଚସ୍ପତିଙ୍କ ନିକଟରେ ଦାୟର କରିଥିଲେ ପିଟିସନ। ହେଲେ ନୋଟିସର କୌଣସି ଉତ୍ତର ରଖିନଥିଲେ ଦୁଇ ବିଧାୟକ । ଏହାପରେ ବାଚସ୍ପତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଦୁଇ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛନ୍ତି । ଅରବିନ୍ଦ ଢାଲି ଓ ପ୍ରେମାନନ୍ଦ ନାୟକ ବିଜେଡି ଛାଡ଼ି ବିଜେପି କ୍ୟାମ୍ପରେ ଯୋଗ ଦେଇଥିଲେ। ତେଲକୋଇ ଆସନରୁ ପ୍ରେମାନନ୍ଦ ନାୟକ ଓ ଜୟଦେବ ଆସନରୁ ବିଧାୟକ ଥିଲେ ଅରବିନ୍ଦ ଢାଲି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.