ଟ୍ରକ ପଛରେ ଧକ୍କା ଦେଲା ହାଇୱା ,ଡ୍ରାଇଭର ଗୁରୁତର

ପଦାନ ଛକରେ ଟ୍ରକ ପଛରେ ଧକ୍କା ଦେଲା ହାଇୱା ,ଡ୍ରାଇଭର ଗୁରୁତର। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନା ଛକରେ ଘଟିଛି ଗାଡି ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ହାଇୱା ଗାଡି ।

ଆନନ୍ଦପୁର : ପଦାନ ଛକରେ ଟ୍ରକ ପଛରେ ଧକ୍କା ଦେଲା ହାଇୱା ,ଡ୍ରାଇଭର ଗୁରୁତର। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ପଦନା ଛକରେ ଘଟିଛି ଗାଡି ଦୁର୍ଘଟଣା । ଛିଡା ହୋଇଥିବା ଟ୍ରକ୍ ପଛରେ ଧକ୍କା ଦେଲା ହାଇୱା ଗାଡି । ଦ୍ରୁତ ଗତିରେ ଆସୁଥିବା  ହାଇୱା ଗାଡିର ଡ୍ରାଇଭର ଗାଡି ଭିତରେ ଚାପିହୋଇ ଥିବା ବେଳେ ସ୍ଥାନୀୟ ଲୋକଙ୍କ ସମେତ ସ୍ଥାନୀୟ ସ୍ଥାନୀୟ ସରପଞ୍ଚ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ମାଧ୍ୟମରେ ମେଡ଼ିକାଲ ପଠାଇ ଥିବା ଜଣାପଡ଼ିଛି । ଗୁରୁତର ଆହତ ହୋଇଥିବା ଡ୍ରାଇଭର ବିହାର ଅଞ୍ଚଳର ବୋଲି ଜଣାପଡ଼ିଛି । ପରେ ଘଟଣାସ୍ଥଳରେ ରାମଚନ୍ଦ୍ରପୁର ପୋଲିସ ପହଞ୍ଚି ଦୁଇଟି ଗାଡିକୁ ଅଟକ ରଖିବା ସହ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.