ଝିଅକୁ ମାରି ଝୁଲି ପଡିଲା ମାଆ, ବନ୍ଦ ଘରୁ ମିଳିଲା ମା-ଝିଅଙ୍କ ମୃତ ଶରୀର

ଝିଅକୁ ମାରିବା ପରେ ଝୁଲି ପଡିଲା ମାଆ । ଏହିଭଳି ଏକ ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତର ଅଧୀନ ସାନ ବରଗାଁ ଗ୍ରାମରେ । 

ପୋଲସରା : ଝିଅକୁ ମାରିବା ପରେ ଝୁଲି ପଡିଲା ମାଆ । ଏହିଭଳି ଏକ ଅଘଟଣ ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ନିମିନା ପଞ୍ଚାୟତର ଅଧୀନ ସାନ ବରଗାଁ ଗ୍ରାମରେ ।  ଏକ କୋଠରୀରେ ମାଆ ଓ ଦୁଇ ବର୍ଷର ଝିଅର ମୃତ ଦେହ ଦେଖିବାକୁ ମିଳିଛି । ଖବର ପାଇ ପୋଲସରା ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପ୍ରଥମେ ଦୁଇ ବର୍ଷର ଝିଅକୁ ମାରିବା ପରେ ମାଆ ରଶି ଲଗାଇ ଝୁଲି ପଡିଥିବା ନେଇ ପୋଲିସ ସନ୍ଦେହ କରୁଛି ।

ମୃତକ ମାଣିକ ଗୌଡ଼ର ବୟସ ୩୦ବର୍ଷ ହୋଇଥିବା ବେଳେ  ଦୁଇ ବର୍ଷର ଝିଅ ଗେଲୀର ମୃତଦେହ ଉଦ୍ଧାର ହୋଇଛି । ସ୍ବାମୀ ଭିକାରୀ ଗୌଡ଼ କବାଟ ଭାଙ୍ଗି ଦୁଇଟି ମୃତଦେହ ଦେଖିବାକୁ ପାଇଥିଲେ । ପାରିବାରିକ କଳହକୁ କେନ୍ଦ୍ରକରି  ଏହିଭଳି ଘଟଣା ଘଟିଥିବା ଅନୁମାନ କରାଯାଉଛି । ମୃତକ ମାଣିକର ପରିବାର ପୋଲସରା ପୋଲିସକୁ ଖବର ଦେଇଥିଲେ  । ପୋଲସରା ଥାନାଧିକାରୀ କୌଶିକ ମାଝୀ  ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପରିବାର ଲୋକେ ଝିଅର ହତ୍ୟା ଅଭିଯୋଗ ଆଣିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.