ହକି କ୍ରେଜ୍‌ରେ କମ୍ପୁଛି ମନ୍ଦିରମାଳିନୀ ସହର, ଉଦ୍‌ଘାଟନୀ ଉତ୍ସବ ଲାଗି ପହଞ୍ଚିଲେଣି ତାରକା

୧୬ଟି ଦେଶର ହକି ଟିମ୍‌ର ଅଧିନାୟକ । ସାଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ବିଶ୍ୱକପ୍‌ର ଟ୍ରଫି। ମୁକ୍ତେଶ୍ୱର ମନ୍ଦିରରେ ଦେଖିବାକୁ ମିଳିଥିଲା କ୍ରୀଡ଼ା ଓ ସଂସ୍କୃତିର ମିଳନ। ଖେଳାଳିଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ। ହକି ଖେଳାଳିଙ୍କ ସହ କଥା ହେବା ସହ ଫଟୋ ବି ଉଠାଇଛନ୍ତି । ପ୍ରତିଯୋଗୀ ଦଳର ଅଧିନାୟକଙ୍କ ଗହଣରେ କିଛି ସମୟ ବିତାଇଥିଲେ ନବୀନ।

cm hockeyକାଲି ଉଦ୍‌ଘାଟନୀ ଉତ୍ସବ। ରେହମାନଙ୍କ ସଂଗୀତ ସହ ରହିଛି ଶାହାରୁଖଙ୍କ ଉପସ୍ଥିତି। ଏହାପରେ କଳିଙ୍ଗ ପଡିଆରେ ଆରମ୍ଭ ହୋଇଯିବ ୱାର। ଫିଲ୍ଡକୁ ଓହ୍ଲାଇବେ ୧୬ଟି ଦଳ। ସମସ୍ତଙ୍କ ଲକ୍ଷ୍ୟ ଏହି ଟ୍ରଫି। ଏହି ପ୍ରତିଯୋଗିତାକୁ ନେଇ ଭୁବନେଶ୍ୱରକୁ ମିଳି ସାରିଛି ନୂଆରୂପ। ଲାଗିଛି ନୂଆ ରଙ୍ଗ। ନୂଆ ଆଲୁଅରେ ସଜେଇ ହୋଇଛି ରାଜଧାନୀ। ଖେଳକୁ ନେଇ ଉତ୍ସାହିତ କ୍ରୀଡ଼ା ପ୍ରେମୀ।

କେବେଳ ରାଜଧାନୀ ନୁହଁ, ସାରା ଓଡ଼ିଶାରେ ବିଶ୍ୱ କପ୍‌ ହକିର ପ୍ରମୋସନ ହୋଇଛି। ଓଲି ବୁଲିଛି। ମିନି ମାରଥାନ ହୋଇଛି। ବିଶେଷ କରି ଛାତ୍ରଛାତ୍ରୀ ଓ ଯୁବପୀଢ଼ି ବିଶ୍ୱକପ୍‌ ହକିକୁ ନେଇ ଅଧିକ ଆଗ୍ରାହୀ ଓ ଉତ୍ସାହିତ ଅଛନ୍ତି। ତୃତୀୟ ଥର ଲାଗି ଭାରତରେ ଆୟୋଜିତ ହେଉଛି ବିଶ୍ୱକପ୍‌। ଏହାସହ ପ୍ରଥମ ଥର ଲାଗି ଏକ ବଡ଼ ବିଶ୍ୱକପ୍‌ରେ ଝଲକ ଦେଖିବାକୁ ପାଇବେ ଓଡ଼ିଶାବାସୀ । ଟିମ୍‌ ଇଣ୍ଡିଆକୁ ସମସ୍ତେ ଜଣାଉଛନ୍ତି ଶୁଭେଚ୍ଛା।

ବିଶ୍ୱକପ୍‌ ହକି। ୧୬ ଟି ଦଳ ଭିତରୁ ଜଣେ ଜିତିବ ଟ୍ରଫି। ଯିଏ ବି ଟୁର୍ଣ୍ଣାମେଣ୍ଟ ଜିତୁ କି ହାରୁ, ଏ କଥା ନିଶ୍ଚିତ, ବିଜୟ ପଥରେ ଓଡ଼ିଶା। ଆୟୋଜନ ସଫଳତାର ସହ ସରିଲେ, ଗୌରାବନ୍ଵିତ ହେବ ଭୁବନେଶ୍ୱର। ହକି ଇତିହାସ ରେକର୍ଡରେ ସ୍ୱର୍ଣ୍ଣିମ ଅକ୍ଷରେ ଲିପିବଦ୍ଧ ହୋଇଯିବ କଳିଙ୍ଗ ଷ୍ଟାଡିୟମ ।

କମିଶନରେଟ ପୋଲିସ କବଜାରେ ରାଜଧାନୀ ଭୁବନେଶ୍ୱର :

hockey securityହକି ବିଶ୍ୱକପ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି। ମୁତୟନ ହେବେ ୭୫ପ୍ଲାଟୁନ୍‌ ପୋଲିସ ଫୋର୍ସ । ନଜର ରଖିବେ ୩ଶହ ଜଣ ଅଫିସର, ୨ଟି ୟୁନିଟ୍‌ ଓଡିଶା ସିକ୍ୟୁରିଟି ଆର୍ମ ଫୋର୍ସ, ୨ ୟୁନିଟ୍‌ କ୍ୟୁଆରଟି, ୨ ୟୁନିଟ୍‌ ସ୍ପେସାଲ ଟାକ୍ଟିକାଲ ୟୁନିଟ୍‌ । ଦାୟିତ୍ୱରେ ଅଛନ୍ତି ଡିଆଇଜି ସମ୍ବଲପୁର ସତ୍ୟବ୍ରତ ଭୋଇା ତାଙ୍କ ନେତୃତ୍ୱରେ ରହିବେ ୨ଜଣ ଡିସିପି । ବିଭିନ୍ନ ସ୍ଥାନରେ ସାଧା ପୋଷାକ ଧାରୀ ପୋଲିସ ମୁତୟନ କରାଯିବ । ସେହିଭଳି ଷ୍ଟାଡିୟମ ଭିତରେ ଲାଗିବ ୧୮୦ଟି ସିସିଟିଭି କ୍ୟାମେରା । ସୁରକ୍ଷା ବ୍ୟବସ୍ଥା ଉପରେ ନଜର ଖିବାକୁ ବିଭିନ୍ନ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନଗୁଡିକୁ ଷ୍ଟାଡିୟମରେ ଡ୍ରୋନ୍‌ କ୍ୟାମେରା ଉଡାଇବାକୁ କୁହାଯାଇଛିା

ବିଶ୍ୱକପ୍‌ ଉଦଘାଟନୀ ଉତ୍ସବରେ ଦର୍ଶକମାନେ କଳିଙ୍ଗ ଷ୍ଟାଡିୟମର ୩ ନମ୍ବର ଓ ୪ନମ୍ବର ଗେଟ୍‌ରେ ପ୍ରବେଶ କରିବୋ ପ୍ରବେଶ ପଥରେ ରହିଛି ବ୍ୟରିକେଡ୍‌ ବ୍ୟବସ୍ଥା। ଫାଟକରେ ଲାଗିଛି ମେଟାଲ ଡିଟେକ୍ଟର। ୭ଟି ସ୍ଥାନରେ ରହିଛି ପାର୍କିଂ ବ୍ୟବସ୍ଥା। ଉଦଘଟେନୀ ଉତ୍ସବ ଓ ଖେଳ ସମୟରେ ଷ୍ଟାଡିୟମ ସମ୍ମୁଖ ରାସ୍ତା ୨ଘଣ୍ଟା ପୂର୍ବରୁ ସିଲ କରିଦିଆଯିବ । ଷ୍ଟାଡିୟମ ଭିତରେ ଦର୍ଶକ ମାନଙ୍କ ପାଇଁ ଫ୍ୟାନ ଭିଲେଜ କରାଯାଇଛି । ସେଠାରେ ଖେଳାଳିଙ୍କ ସହ ଦର୍ଶକ ସିଧା କଥା ହୋଇ ପାରିବେ, ସେଲଫି ନେଇ ପାରିବେ। ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଛି ଏଲଇଡି।

୧୬ଟି ଦେଶର ଖେଳାଳି ଏବେ ଭୁବନେଶ୍ୱରରେ ପହଁଞ୍ଚି ସାରିଲେଣି । ସେମାନେ ୮ଟି ହୋଟେଲରେ ରହୁଛନ୍ତି । ସବୁ ଦେଶର ଖେଳାଳିଙ୍କୁ ୨୪ଘଣ୍ଟିଆ ସୁରକ୍ଷା ଯୋଗାଇ ଦେଉଛି କମିଶନରେଟ ପୋଲିସ । ପାକିସ୍ତାନ ଖେଳାଳି ରହୁଥିବା ହୋଟେଲରେ ଅଧିକ ପୋଲିସ ମୁତୟନ କରାଯାଇଛି । .ଖେଳାଳିମାନେ ଭୁବନେଶ୍ୱରର କିଛି ସ୍ଥାନ ବୁଲିବାର କାର୍ଯ୍ୟକ୍ରମ ରହିଛିା ସେମାନଙ୍କୁ ବି ସୁରକ୍ଷା ଯୋଗାଇ ଦିଅଯିବା।

କଳିଙ୍ଗ ଷ୍ଟାଡିୟମରୁ ସାରା ବିଶ୍ୱ ଦେଖିବ ଉଦଘାଟନୀ ଉତ୍ସବର ରଙ୍ଗାରଙ୍ଗା କାର୍ଯ୍ୟକ୍ରମ

hockey1ଜମିବ ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବ । ରଙ୍ଗାରଙ୍ଗ କାର‌୍ୟ୍ୟକ୍ରମ, ଆତସବାଜିରେ ଝଲସି ଉଠିବ ହକି କ୍ରୀଡ଼ା ଗାଁ କଳିଙ୍ଗ ଷ୍ଟାଡିୟମ୍‌ । ପ୍ରତିଟି ମୂହୁର୍ତ୍ତକୁ ସ୍ମରଣୀୟ କରିବା ପାଇଁ ଅହରହ ଉଦ୍ୟମ ଚାଲିଛି । ବିଶ୍ୱସ୍ତରୀୟ କାର‌୍ୟ୍ୟକ୍ରମ ପରିବେଷଣ ପାଇଁ ଦମ୍‌ ଲଗେଇ ଦେଇଛନ୍ତି କଳାକାର । ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ଆକର୍ଷଣ ସାଜିବେ କିସ୍‌ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ । ୮ ଶହ ପିଲା ଏକାସଙ୍ଗେ ଡ୍ୟାନ୍ସ ଫ୍ଲୋରକୁ ଓହ୍ଲାଇବେ । ନୃତ୍ୟରେ ଦର୍ଶକ ଦେଖିବେ ଆଦିବାସୀ କଳା, ସଂସ୍କୃତି ଓ ପରମ୍ପରାର ଝଲକ । ସେହିପରି ମାଟି ମାଆର ସୁରକ୍ଷା ଓ ପରିବେଶ ସଚେତନତାର ବାର୍ତ୍ତା ଦେବେ କିସ୍‌ ଛାତ୍ରଛାତ୍ରୀ । ଉତ୍ସବରେ ଭାଗ ନେଉଥିବା ଛାତ୍ରଛାତ୍ରୀ ବେଶ ଉତ୍ସାହିତ ।

ଉଦଘାଟନୀ ଉତ୍ସବରେ ଓସ୍କାର ବିଜେତା ସଙ୍ଗୀତ ନିର୍ଦ୍ଦେଶକ ଏ. ଆର୍‌. ରେହମାନଙ୍କ ସଙ୍ଗୀତର ମୁର୍ଚ୍ଛନାରେ ଝୁମିବେ ଦର୍ଶକ । ସେହିପରି ଠୁମ୍‌କା ଲଗାଇବେ ବଲିଉଡ୍‌ ଦିଭା ମାଧୁରୀ । ନାଚି, ନଚେଇବେ ଧକ୍‌ ଧକ୍‌ ଗର୍ଲ । ଭୂମି ଦେବୀ ଭାବରେ ମାଟି ତଳୁ ବାହାରିବେ ମାଧୁରୀ ଦିକ୍ଷୀତ । ଦର୍ଶକଙ୍କୁ କିମିଆ କରିବେ କିଙ୍କ ଖାନ୍‌ ଶାହାରୁଖ । ବାଦଶାହାଙ୍କ ଡ୍ୟାନ୍ସର ଝଲକ ଓ ଡାଏଲଗ୍‌ ଶୁଣିବା ପାଇଁ ଚାତକ କରି ଅନାଇ ରହିଛନ୍ତି ଫ୍ୟାନ୍‌ । ଶାହାରୁଖଙ୍କୁ ବିରୋଧ କରିବା ନିଷ୍ପତ୍ତିରୁ ଓହରିଛି କଳିଙ୍ଗ ସେନା । ଭାରତ ସମେତ ହକି ବିଶ୍ୱକପ୍‌ରେ ଅଂଶଗ୍ରହଣକାରୀ ଦେଶର ସଂସ୍କୃତିର ଝଲକ ବି ଦେଖିବାକୁ ମିଳିବ କଳିଙ୍ଗ ଷ୍ଟାଡିୟମ୍‌ରେ ।

ଦେଶୀ ବିଦେଶୀ କଳାକାରଙ୍କ ଜଲଓ୍ଵା ସାଙ୍ଗକୁ ଓଲିଉଡ୍‌ ଷ୍ଟାର ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ଜବରଦସ୍ତ ପ୍ରଦର୍ଶନ ବି ରହିଛି । ଓଡ଼ିଶା, କୁଚିପୁଡ଼ି, ଭାରତନାଟ୍ୟମ ଆଦି ନୃତ୍ୟ ସଙ୍ଗୀତରେ ମତୁଆଲା ହେବ ଦର୍ଶକ । କଳାକାରଙ୍କର ଅଭ୍ୟାସ ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ସିଲଭର୍ ସିଟିକୁ ଆସିପାରନ୍ତି ସଲମାନ୍ : 

କଟକରେ ମଧ୍ୟ ହକି ବିଶ୍ୱକପ୍‌ କ୍ରେଜ୍‌। ଚାରିଆଡେ ହକି ଫିଭର। କଟକ ବାରବାଟୀରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ଷ୍ଟାଡିୟମ୍‌ରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜିଲ୍ଲାପାଳ ଓ ଡିସିପି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଷ୍ଟାଡିୟମରେ ୪୫ପ୍ଲାଟୁନ ପୋଲିସ ଫୋର୍ସ ମୂତୟନ କରାଯିବ ବୋଲି ଡିସିପି ଅଖିଳେଶ୍ୱର ସିଂ ସୂଚନା ଦେଇଛନ୍ତି। ୨୮ ତାରିଖରେ ବାରବାଟୀ କାର୍ଯ୍ୟକ୍ରମରେ ଏ.ଆର୍‌.ରେହମାନ ଯୋଗଦେବେ। ସେହିପରି ଅଭିନେତା ସଲମାନ ଖାନ ଯୋଗଦେବାର ସମ୍ଭାବନା ରହିଛି । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ରହିଛି।

ଟାଇଟଲ ପାଇଁ ଲଢ଼ିବେ ବଶ୍ୱର ଶ୍ରେଷ୍ଠ ୧୬ଟି ଦଳ : 

india rankingହୋମ୍‌ ଗ୍ରାଉଣ୍ଡକୁ ଫେରିଛି ହକି ବିଶ୍ୱକପ୍‌ । ତୃତୀୟ ଥର ପାଇଁ ଭାରତ ଆୟୋଜନ କରୁଛି ହକିର କ୍ରୀଡ଼ା ମହାକୁମ୍ଭ । ଟାଇଲ୍‌ ଲଢ଼େଇରେ ମୈଦାନକୁ ଓହ୍ଲାଇବେ ୧୬ଟି ଟିମ୍‌ । ଟାଇଟଲ୍‌ ଦାବିଦାର ଅଛନ୍ତି ଅଷ୍ଟ୍ରେଲିଆ । ବିଶ୍ୱର ଏକ ନମ୍ବ ମାନ୍ୟତାପ୍ରାପ୍ତ ଟିମ୍‌ । ହାଟ୍ରିକ୍‌ ବିଶ୍ୱକପ୍‌ ଲକ୍ଷ୍ୟରେ ଭୁବନେଶ୍ୱରରେ ପହଞ୍ଚିଛି କଙ୍ଗାରୁ ବାହିନୀ । ସେହିପରି ଅଲିମ୍ପିକ୍ସ ଚାମ୍ପିଅନ୍‌ ଆର୍ଜେଣ୍ଟିନା ବି ଟାଇଟଲ୍‌ ଫେଭରିଟ ରହିଛି । ଡାର୍କ ହର୍ସ ହୋଇପାରେ ବେଲଜିୟମ୍‌ । ୨୦୧୬ ରିଓ ଅଲିମ୍ପିକ୍ସର ରୌପ୍ୟ ପଦକ ବିଜେତା ବେଲଜିୟମ୍‌ ରାଇଜିଂ ଟିମ୍‌ ଭାବରେ ଉଭା ହୋଇଛି । ଗତ କିଛି ବର୍ଷ ହେବ ଆଟାକିଂ ଖେଳୁଛି ବେଲଜିୟମ୍‌ । ନେଦରଲ୍ୟାଣ୍ଡ ବି ଝଡ଼ ସୃଷ୍ଟି କରିପାରେ । ବିଶ୍ୱ ମାନ୍ୟତାରେ ୪ ନମ୍ବରରେ ରହିଛି । ଶକ୍ତିଶାଳୀ ଜର୍ମାନୀ ବି ଚକମା ଦେଇପାରେ ।

ସମସ୍ତଙ୍କ ନଜର ରହିଛି ଆୟୋଜକ ଭାରତ ଉପରେ । ବିଶ୍ୱ ର‍୍ୟାଙ୍କିଂରେ ଭାରତର ସ୍ଥାନ ପାଞ୍ଚ ନମ୍ବର । ରାଇଜିଂ ଟିମ୍‌ ବେଲଜିୟମ୍‌, ଦକ୍ଷିଣ ଆଫ୍ରିକା ଓ କାନାଡା ସହ ପୁଲ୍‌-ସିରେ ରହିିଛି ଭାରତ । କୋଚ୍‌ ହରେନ୍ଦ୍ର ସିଂହଙ୍କ ତତ୍ତ୍ୱାବଧାନ ଓ ମନପ୍ରୀତ୍‌ ସିଂହଙ୍କ ନେତୃତ୍ୱରେ ବିଶ୍ୱ ବିଜୟୀ ହେବାକୁ ଜୋରଦାର ଲଢ଼େଇ କରିବ ଟିମ୍‌ ଇଣ୍ଡିଆ । ୨୮ ତାରିଖରେ ପ୍ରଥମ ମ୍ୟାଚ୍‌ରେ ବିଶ୍ୱ ମାନ୍ୟତାର ୧୫ ନମ୍ବର ଟିମ୍‌ ଦକ୍ଷିଣ ଆଫ୍ରିକା ସହ ମୁକାବିଲା । ପରେ ବେଲଜିୟମ୍‌ ଓ କାନାଡା ସହ ଟକ୍କର । ଦକ୍ଷିଣ ଆଫ୍ରିକା ସହ ଗତ ଦୁଇ ବର୍ଷ ହେବ କୌଣସି ବଡ଼ ମ୍ୟାଚ୍‌ ଖେଳି ନାହିଁ ଭାରତ । ର‍୍ୟାଙ୍କ୍‌ ଦୃଷ୍ଟିରୁ ଭାରତଠାରୁ ୬ଟି ସ୍ଥାନ ପଛରେ ରହିଛି କାନାଡା । କେବଳ ଭାରତ ରାସ୍ତାରେ ବାଧା ଦେଇପାରେ ଶକ୍ତିଶାଳୀ ବେଲଜିୟମ୍‌ । ପୁଲ୍‌ ପର‌୍ୟ୍ୟାୟ ବିଜୟୀ ହୋଇ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ ଏଣ୍ଟ୍ରି ଲକ୍ଷ୍ୟ ରଖିଥିବା ଭାରତକୁ ସ୍ୱତନ୍ତ୍ର ରଣନୀତି ସହ ଡିଫେଣ୍ଡ କରିବାକୁ ହେବ । ଭାରତ ଏପର‌୍ୟ୍ୟନ୍ତ ୧୩ଟି ବିଶ୍ୱକପ୍‌ ଖେଳିଥିବା ବେଳେ ମାତ୍ର ଥରେ ଚାମ୍ପିଅନ୍‌ ହେବାର ଗୌରବ ହାସଲ କରିଛି । ଅଜିତ୍‌ ପାଲ ସିଂହଙ୍କ ନେତୃତ୍ୱରେ ୧୯୭୫ରେ ଭାରତ ପ୍ରଥମ ଓ ଶେଷ ଥର ବିଶ୍ୱବିଜୟୀ ହୋଇଥିଲା ।

hockey india୮ ଥର ଅଲିମ୍ପିକ୍ସ ଚାମ୍ପିଅନ୍‌ ଭାରତ ୧୯୭୩ ବିଶ୍ୱକପ୍‌ରେ ରୌପ୍ୟ ଓ ୧୯୭୧ରେ ଜିତିଥିଲା ବ୍ରୋଞ୍ଜ ମେଡାଲ୍‌ । ଚଳିତବର୍ଷ ଜାକର୍ତ୍ତା ଏସିଆନ୍‌ ଗେମ୍ସରେ ପାକିସ୍ତାନକୁ ହରାଇ ବ୍ରୋଞ୍ଚ ଜିତିଥିଲା ଟିମ୍‌ ଇଣ୍ଡିଆ । ନିକଟରେ ମସ୍କାଟରେ ଚାମ୍ପିଅନ୍ସ ଟ୍ରଫିରେ ପାକିସ୍ତାନ ସହ ଯୁଗ୍ମ ବିଜେତା ହୋଇଥିଲା । ବିଶ୍ୱକପ୍‌ ଦଳରେ ୧୮ ଅଛନ୍ତି ଯୁବ ଓ ଅଭିଜ୍ଞ ତାରକା । ହୋମ୍‌ ଗ୍ରାଉଣ୍ଡରେ ଦର୍ଶକଙ୍କ ସମର୍ଥନ ଓ ସୁହାଇଲା ଭଲି ପରିବେଶରେ ଚାମ୍ପିଅନ୍‌ ହେବା ଲକ୍ଷ୍ୟରେ ଭାରତୀୟ ଖେଳାଳି । ହକି ଫ୍ୟାନଙ୍କ ମୁହଁରେ ଗୋଟିଏ କଥା, ଟକ୍‌ ଦେ ଇଣ୍ଡିଆ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.