କିଟ୍‌ ବିଶ୍ୱବିଦ୍ୟାଳୟରେ ନେଦରଲାଣ୍ଡସ୍‌ ଟିମ, ସବୁ ବ୍ୟବସ୍ଥା ଓ କ୍ୟାମ୍ପସ ପରିବେଶକୁ ପ୍ରଶଂସା କଲେ ଖେଳାଳି

ଭୁବନେଶ୍ବର (କେନ୍ୟୁଜ୍‌) : କିଟ୍ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ନେଦରଲାଣ୍ଡସ ହକି ଟିମ୍‌ । ଆଜି ଅପରାହ୍ନରେ ନେଦରଲାଣ୍ଡସ ଟିମ୍‌ର ଖେଳାଳିମାନେ କିଟ୍‌ ଡିମଡ୍‌ ବିଶ୍ୱବିଦ୍ୟାଳୟ ପରିସରକୁ ଯାଇ ସେଠାରେ ଥିବା ଜିମ୍‌ରେ ଅନେକ ସମୟ ଧରି କସରତ କରିଥିଲେ । ସେଠାରେ ବ୍ୟାୟାମ କରିବା ସହ ଖେଳାଳିମାନେ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ମଧ୍ୟ ବୁଲାବୁଲି କରିଥିଲେ । ଏଠାକାର ବ୍ୟବସ୍ଥା ଏବଂ କ୍ୟାମ୍ପସର ପରିବେଶ ସେମାନଙ୍କୁ ମୁଗଧ କରିଥିଲା । ଏଠାକାର ସମସ୍ତ ବ୍ୟବସ୍ଥାକୁ ସେମାନେ ପ୍ରଶଂସା କରିଥିଲେ । ପରେ ସେମାନେ ହକି ଷ୍ଟାଡିୟମରେ ଅଭ୍ୟାସ କରିଥିଲେ ।

NETHERLANDS-1

ହକି ବିଶ୍ୱ କପ୍‌ରେ ଭାଗ ନେଉଥିବା ନେଦରଲାଣ୍ଡସ ଟିମ୍‌ ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି । ବିଶ୍ୱରେ ଏହାର ର‍୍ୟାଙ୍କିଙ୍ଗ ଚତୁର୍ଥ ସ୍ଥାନରେ ରହିଛି । ନେଦରଲାଣ୍ଡସ ଦଳ ତିନି ଥର ବିଶ୍ୱ କପ୍‌, ୮ ଥର ଚାମ୍ପିଅନ୍ସ ଟ୍ରଫି ଟାଇଟଲ୍‌ ହାସଲ କରିଥିବା ବେଳେ ଦୁଇଥର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ଜିତିଛି ।

https://www.youtube.com/watch?v=vY4Ud4U1LU0

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.