Below header

ହୋଲି ଖେଳରେ ରାଜ୍ୟବାସୀ ରଙ୍ଗୀନ୍, ସବୁଆଡେ ଦେଖିବାକୁ ମିଳୁଛି ଖୁସି ରଙ୍ଗ

ଆଜି ରଙ୍ଗର ପର୍ବ ହୋଲି । ରଙ୍ଗର ରଙ୍ଗରେ ରଙ୍ଗୀନ୍ ପରିବେଶ । ରଙ୍ଗ, ଅବିରିରେ ସଭିଏଁ ରଙ୍ଗିନ । ସବୁ ଭେଦଭାବ, ମାନ ଅଭିମାନ ଭୁଲି ଲୋକମାନେ ହୋଲି ଖେଳିବା ସହ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି । ମିଠା ଖୁଆଇ ଖୁସି ମନାଇଛନ୍ତି । ରାସ୍ତଘାଟ ସବୁଠି ରଙ୍ଗର ଫୁଆରା । ଭଳିକି ଭଳି ଟୋପି ଓ ମୁଖା ପିନ୍ଧି ରଙ୍ଗ ପିଚକାରୀ ଖେଳରେ ମାତିଛନ୍ତି ପିଲାମାନେ । ଡିଜେ, ବାଦ୍ୟଯନ୍ତ୍ର ଓ ନୃତ୍ୟଗୀତର ତାଳେ ତାଳେ ଜମୁଛି ହୋଲିର ଆସର । ଆମ ସଂସ୍କୃତି ଓ ଆମ ପରଂପରାରେ ହୋଲିର ରହିଛି ସ୍ୱତନ୍ତ୍ର ସ୍ଥାନ । ହୋଲି ଅବସରରେ ବିଭିନ୍ନ ସ୍ଥାନରେ ନାନା କାର‌୍ୟ୍ୟକ୍ରମ ଓ ଭୋଜିଭାତର ମଧ୍ୟ ଆୟୋଜନ କରାଯାଉଛି ।

holi bbsr

ହୋଲି ନେଇ ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଗାଁଠୁ ସହର ସବୁଠି ଉତ୍ସବ ମୁଖର । ସମସ୍ତେ ଆନନ୍ଦ ଉଲ୍ଲାସରେ ହୋଲି ପାଳନ କରୁଛନ୍ତି । ରାସାୟନିକ ରଙ୍ଗକୁ ବାଦ ଦେଇ ଫଗୁ ଖେଳୁଛନ୍ତି ।

ରାଜ୍ୟ ବାହାରେ ବେଶ୍ ଧୁମ୍ଧାମ୍ରେ ପାଳନ କରାଯାଇଛି ହୋଲି। ପରସ୍ପରକୁ ରଙ୍ଗ ବୋଳି ହୋଲି ପାଳନ କରାଯାଇଛି।
ଢେଙ୍କାନାଳ ସହରରେ ବି ହୋଲି ପର୍ବ ପାଳିତ ହୋଇଛି । ଜଗତ ଉଦ୍ଧାର ମଞ୍ଚପକ୍ଷରୁ ଗୋପବନ୍ଧୁ ଟାଉନ ହଲଠାରେ ଏକ ବିଶେଷ କାର‌୍ୟ୍ୟକ୍ରମ ଆୟୋଜନ କରାଯାଇଛି ।

holi state

କମିଶନରେଟ ପୋଲିସ ପକ୍ଷରୁ ପାଳିତ ହୋଇଛି ହୋଲି ଉତ୍ସବ । ଭୁବନେଶ୍ୱର ଡିସିପିଙ୍କ ସମେତ ସାମିଲ ହୋଇଛନ୍ତି ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂହ, ଏବଂ ବହୁ ବରିଷ୍ଠ ପୋଲିସ ଅଧିକାରୀ । ରଙ୍ଗ ବୋଳାବୋଳି ହେବା ସହ ସମସ୍ତେ ପରସ୍ପରକୁ ମିଠା ଖୁଆଇ ହୋଲି ଉତ୍ସବ ପାଳନ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.