Below header

ବର୍ତ୍ତମାନର ପ୍ରମୁଖ ଖବର : ଟାଇଗ୍ରୀସ୍‌ ନଦୀରେ ଡଙ୍ଗା ବୁଡ଼ିି ୯୪ ଜଣଙ୍କର ମୃତ୍ୟୁ, ଆସନ୍ତାକାଲିଠୁ IPL

-ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ୯୧ ବର୍ଷ ବୟସ୍କ ଲାଲକୃଷ୍ଣ ଆଡଭାନୀଙ୍କୁ ଏଥର ଟିକେଟ୍‌ ଦିଆଯାଇ ନାହିଁ । ୧୯୮୯ରୁ ଲଗାତର ଭାବେ ୨୦୧୪ ପର୍ଯ୍ୟନ୍ତ ଗୁଜରାଟ ଗାନ୍ଧୀ ନଗର ଲୋକସଭା ଆସନରୁ ଆଡଭାନୀ ଜତି ଆସୁଥିଲେ । ଏଥର ତାଙ୍କ ସ୍ଥାନ ନେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ।

-ମଥୁରାରୁ ପୁଣି ବଲିଉଡ୍‌ ଡ୍ରିମ୍‌ ଗର୍ଲ ହେମାମାଳିନୀଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ ସ୍ମୃତି ଇରାନୀ ପୁନର୍ବାର ଆମେଥିରୁ ରାହୁଲ ଗାନ୍ଧିଙ୍କ ବିପକ୍ଷରେ ଲଢ଼େଇ କରିବା ଲାଗି ଟିକେଟ୍‌ ପାଇଛନ୍ତି ।

-ଇରାକ୍‌ର ମୌସୁଦା ଠାରେ ଟାଇଗ୍ରୀସ୍‌ ବା ଦଜଲା ନଦୀରେ ଡଙ୍ଗା ବୁଡ଼ିି ୯୪ ଜଣଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ବୋଲି ଜଣାପଡ଼ିଛି । ପିକ୍‌ନିକ୍‌ କରିବାକୁ ଯାଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଛି । ଡଙ୍ଗାରେ କ୍ଷମତା ଠାରୁ ଅଧିକ ଲୋକ ଥିଲେ ।

-ଆସନ୍ତାକାଲି ଠାରୁ ଆରମ୍ଭ ହେଉଛି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ଆଇପିଏଲ୍‌ର ଦ୍ୱାଦଶ ସଂସ୍କରଣ । ଚେନ୍ନାଇର ଚିପକ୍‌ ଷ୍ଟାଡିୟମ୍‌ରେ ଗତଥର ଚାମ୍ପିଅନ୍‌ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସଙ୍କୁ ଭେଟିବ ବିରାଟ କୋହଲିଙ୍ଗ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।

-ଇଂଲଣ୍ଡ କାଉଣ୍ଟି କ୍ଲବ୍‌ ପକ୍ଷରୁ ଖେଳୁଥିବା ବ୍ୟାଟ୍‌ସମ୍ୟାନ୍‌ ଓ୍ଵିଲ୍‌ ଜ୍ୟାକ୍ସ ଏକ ଟି-୨୦ ମ୍ୟାଚ୍‌ରେ ମାତ୍ର ୨୫ ବଲ୍‌ରୁ ଶତକ ହାସଲ କରିଛନ୍ତି । ସେ ଗୋଟି ଓଭରରେ ୬ଟି ଛକା ମଧ୍ୟ ମାରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.