Below header

ମାଲକାନଗିରି: ଗଞ୍ଜେଇ ଚୋରା ବେପାରୀଙ୍କ ଉନ୍ମତ୍ତ କାଣ୍ଡ, ଆକ୍ରମଣ କରି ବାଲିମେଳା ଥାନାର ଜଣେ ହୋମଗାର୍ଡଙ୍କ ନେଲେ ଜୀବନ

ମାଲକାନଗିରି(କେନ୍ୟଜ୍): ଗଞ୍ଜେଇ ଚୋରା ବେପାରୀଙ୍କ ଉନ୍ମତ୍ତ କାଣ୍ଡ। ମାଲକାନଗିରି ଜିଲ୍ଲା ବାଲିମେଳା ଥାନାର ଜଣେ ହୋମଗାର୍ଡଙ୍କ ଆକ୍ରମଣ କରି କଲେ ଗୁରୁତର।  ଆକ୍ରମଣର ଶିକାର ହୋଇଥିବା ହୋମଗାର୍ଡଙ୍କ ନାଁ ବନବାସୀ ମହାରଣା। ଗୁରୁତର ଅବସ୍ଥାରେ ତାଙ୍କୁ ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୭୦ରୁ ଅଧିକ ଲୋକ ମାଲକାନଗିରି ଚିତ୍ରକୋଣ୍ଡାରୁ ଜଙ୍ଗଲ ରାସ୍ତାଦେଇ ଭାରରେ ଛତିଶଗଡ଼କୁ ଗଞ୍ଜେଇ ଚାଲାଣ କରୁଥିଲେ। ଖବରପାଇ ବାଲିମେଳା-ମାଥିଲି ରାସ୍ତାରେ ପୋଲିସ୍ ସେମାନଙ୍କୁ ଅଟକାଇ ଥିଲା। ଏହି ସମୟରେ ପୋଲିସ ସହ ସେମାନଙ୍କର ମୁହାଁମୁହିଁ ହୋଇଥିଲା। ଯେଉଁଥିରେ ଜଣେ ହୋମଗାର୍ଡ ଗୁରୁତର ଆହତ ହୋଇଛନ୍ତି। ସକାଳୁ ତାଙ୍କର ମୃତ୍ୟୁ ହୋଇଥିବାର ଖବର ମିଳିଛି ।

ଯେହେତୁ  ଅନ୍ଧାର ରାତିରେ ଗଞ୍ଜେଇ ମାଫିଆମାନେ ଏଭଳି କାଣ୍ଡ  ଭିଆଇ ଥିଲେ ତେଣୁ  ଅନ୍ଧାର ସୁଯୋଗ ନେଇ ଖସି ପଳାଇବାରେ ସେମାନେ ସକ୍ଷମ ହୋଇଥିଲେ। ମାଲକାନଗିରି ଏସ୍ପି ମାଥିଲିରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.