Below header

ବାଲେଶ୍ବର : କର୍ତ୍ତବ୍ୟର ଡାକରା, ଟ୍ରେନରେ କଟି ଦୁଇ ଗୋଡ ହରାଇଲେ ହୋମ୍‌ଗାର୍ଡ଼

ବାଲେଶ୍ବର : କର୍ତ୍ତବ୍ୟ କରିବାକୁ ଯାଇ ଗୋଡ଼ ହରାଇଲେ ହୋମଗାର୍ଡ଼ । ବାଲେଶ୍ବର ଜିଲ୍ଲା ସୋରରେ ଅଭାବନୀୟ ଘଟଣା । ଟ୍ରେନରେ କଟି ଦୁଇ ଗୋଡ ହରାଇଲେ ହୋମ୍‌ଗାର୍ଡ଼। ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପାଇଁ ଟ୍ରେନରେ ସୋରରୁ ବାଲେଶ୍ବର ଯାଉଥିଲେ ନଟବର ନାୟକ । ତେବେ ବିଳମ୍ବ ହୋଇଯାଇଥିବାରୁ ଅନ୍ୟ ଏକ ଟ୍ରେନ୍‌ ଧରି ଶୀଘ୍ର କାର୍ଯ୍ୟକ୍ରମ ଜାଗାରେ ପହଞ୍ଚିବା ପାଇଁ ନୀଳଗିରି ଷ୍ଟେସନରେ ଓହ୍ଲାଇ ଯାଇଥିଲେ । ହେଲେ ଏହି ସମୟରେ ପଛପଟୁ ଆସୁଥିବା ଦୂରନ୍ତ ଟ୍ରେନ୍ ଧକ୍କା ଦେବା ଫଳରେ ନଟବରଙ୍କ ଦୁଇ ଗୋଡ କଟିଯାଇଥିଲା । ଗୁରୁତର ଅବସ୍ଥାରେ ନଟବରଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.