swiggyରୁ ଅର୍ଡ଼ର କଲେ ନନଭେଜ୍, ଖାଇବା ଭିତରୁ ବାହାରିଲା ରକ୍ତ ଲଗା ବ୍ୟାଣ୍ଡେଡ୍

ନୂଆଦିଲ୍ଲୀ : ଯଦି ଆପଣ ମଧ୍ୟ ଅନଲାଇନ ଅର୍ଡ଼ର ଏବଂ ଡେଲିଭେରୀ ପ୍ଳାଟଫର୍ମ swiggyରୁ ଖାଇବା ମଗାଉଛନ୍ତି ତେବେ ଏହି ଖବର ଖାସ ଆପଣଙ୍କ ପାଇଁ। ଏବେ ନିକଟରେ ଚାଇନାର ଜଣେ ବ୍ୟକ୍ତି ବାଲମୁରୁଗନ୍ ଚାମ୍ପସୀ ଅନଲାଇନ ସାଇଟ swiggyରୁ ଖାଇବା ଅର୍ଡର କରିଥିଲେ।

ଆହୁରୀ ପଢ଼ନ୍ତୁ:  ଏବେ ସେଲ୍ସମ୍ୟାନ ନୁହଁ ବରଂ ଡ୍ରୋନ ଗ୍ରାହକଙ୍କୁ ପହଞ୍ଚାଇବ ଖାଦ୍ୟ, zomatoର ନୂଆ ନିୟମ ଆରମ୍ଭ

ସେ ଆପ ଜରିଆରେ ଚିକିନ ସେଜୱାନ ଅର୍ଡର କରିଥିଲେ। ଏପରିକି ଖାଇବା ଆସିଥିଲା ଏବଂ ଅଧା ଖାଇବା ସରିବା ପରେ ସେ ଦେଖିବାକୁ ପାଇଲେ କି ତାହା ମଧ୍ୟରେ ଏକ ରକ୍ତ ଲଗା ବ୍ୟାଣ୍ଡେଡ ରହିଛି। ଏହାପରେ ତୁରନ୍ତ ବାଲମୁରୁଗନ swiggyର ଆପରେ ଏନେଇ ଅଭିଯୋଗ କରିଥିବା ବେଳେ କମ୍ପାନିର କଷ୍ଟମର କେଆରକୁ ମଧ୍ୟ ଯୋଗାଯୋଗ କରିଥିଲେ। କିନ୍ତୁ ଘଟଣା ନେଇ କମ୍ପାନି ତରଫରୁ କୌଣସି ସୂଚନା ମିଳିନଥିଲା। ପରେ ନିରୁପାୟ ହୋଇ ବ୍ୟକ୍ତି ଜଣଙ୍କ ସମସ୍ତ ଘଟଣା ବିଷୟରେ ଫେସବୁକରେ ଶେୟାର କରିଥିଲେ। ଯାହା ପରେ କଥାଟି ଲୋକଲୋଚନକୁ ଆସିଥିଲା।

swiggy food

ତେବେ ଆପ ଜରିଆରେ ଯେଉଁ ରେଷ୍ଟୋରେଣ୍ଟରୁ ଖାଦ୍ୟ ଆସିଥିଲା ସେ ଏବେ ରିଫଣ୍ଡ ପାଇଁ ଗ୍ରାହକଙ୍କୁ କହିଛନ୍ତି। ସେ କହିଛନ୍ତି, ପ୍ୟକିଂ ସେକସନରେ ଆମର ଜଣେ କର୍ମଚାରୀଙ୍କର ଖଣ୍ଡିଆ ହୋଇଥିଲା। ବୋଧହୁଏ ତାଙ୍କର ବ୍ୟଣ୍ଡେଡ ଭୁଲରେ ପାର୍ସଲରେ ପଳାଇଥିବ। ଏଥିପାଇଁ ମୁଁ କ୍ଷମା ମାଗିବା ସହ ଏପରି ଆଗକୁ ହେବ ନାହିଁ ବୋଲି କହୁଛୁ।
ବାଲମୁରୁଗନଙ୍କ ଦ୍ବାରା ଫେସବୁକରେ ଏହି ପୋଷ୍ଟ ଆସିବା ପରେ ତାହା ଖୁବ ଭାଇରାଲ ହୋଇଥିଲା। ଯାହା ପରେ swiggy ଘଟଣାର ତଦନ୍ତ ପାଇଁ ରେଷ୍ଟୋରେଣ୍ଟକୁ ଆଦେଶ ଦେଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.