ବିଳମ୍ବିତ ରାତିରେ ଜଳିଗଲା ଘର, ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ପୋଡି ପାଉଁଶ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ  ଘରପୋଡ଼ି ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି ।

ହିନ୍ଦୋଳ : ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ କୁନୁଆଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଧାନୀ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ  ଘରପୋଡ଼ି ଲକ୍ଷାଧିକ ଟଙ୍କାର ଧନସମ୍ପତ୍ତି ନଷ୍ଟ ହୋଇଥିବାର ଜଣାପଡିଛି । ସୂଚନା ଅନୁଯାୟୀ ପଧାନୀ ଗ୍ରାମର ବୁଲା ନାଏକଙ୍କ ଘର ବିଳମ୍ବିତ ରାତିରେ ନିଆଁଲାଗି ଘରର ଆସବାବପତ୍ର ସହିତ ଧାନ ଚାଉଳ,ଟଙ୍କାପଇସା ସମ୍ପୁର୍ଣ ଭାବେ ପୋଡି ପାଉଁଶ ହୋଇଯାଇଛି। ଇଲେକ୍ଟ୍ରି ସଟସର୍କିଟ ଯୋଗୁଁ ନିଆଲାଗିଥିବାର ସନ୍ଦେହ କରାଯାଉଛି । ପୁରା ପରିବାର ବର୍ତ୍ତମାନ ଖୋଲା ଆକାଶ ତଳେ ରହିଛନ୍ତି । ତୁରନ୍ତ ସରକାରୀ ସାହାଯ୍ୟ ଯୋଗାଇ ଦେବାପାଇଁ ସାଧାରଣରେ ଦାବି ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.