Below header

କେମିତି ଓ କେଉଁ ପରିସ୍ଥିତିରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ ହେଲା ? ପୋଖରୀକୁ କେମିତି ଆସିଲା ମୃତଦେହ ?

ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର ପରେ ତନାଘନା ତଦନ୍ତ କରୁଛି ରାଉରକେଲା ଉଦିତନଗର ଥାନା ପୋଲିସ । ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି।

ରାଉରକେଲା(କେନ୍ୟୁଜ୍); ରହସ୍ୟଘେରରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟରଙ୍କ ମୃତ୍ୟୁ । କେମିତି ଓ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା ? ପୋଖରୀରୁ ଆସିଷ୍ଟାଣ୍ଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତଦେହ ଉଦ୍ଧାର ପରେ ତନାଘନା ତଦନ୍ତ କରୁଛି ରାଉରକେଲା ଉଦିତନଗର ଥାନା ପୋଲିସ । ପରିବାର ଲୋକେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି। ପ୍ରଶ୍ନ ଉଠିଛି ଏହା ଆତ୍ମହତ୍ୟା ନାଁ ହତ୍ୟା ? ଯଦି ଆତ୍ମହତ୍ୟା ତେବେ କାରଣ କଣ ? ଯଦି ହତ୍ୟା କିଏ ଓ କାହିଁକି କଲା ? ପୋଖରୀକୁ କେମିତି ଆସିଲା ମୃତଦେହ ? କେତେବେଳଠାରୁ ପୋଖରୀରେ ମୃତଦେହ ପଡ଼ିଥିଲା ? ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ରାଉରକେଲା ସେନ୍ସରୀ ପାର୍କ ପୋଖରୀରୁ ମୃତଦେହ ଉଦ୍ଧାର ହୋଇଥିଲା । ସେ ରାଉରକେଲାରେ ଆସିଷ୍ଟାଣ୍ଟ କଲେକ୍ଟର ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ଘର ରାଜଗାଙ୍ଗପୁର ରମାବାହାଲ ଅଞ୍ଚଳରେ । ପ୍ରତିଦିନ ସେ ଘରୁ ରାଉରକେଲା କାର୍ଯ୍ୟାଳୟକୁ ଆସୁଥିଲେ। ଗତ ୧୭ ତାରିଖରୁ ରାଉରକେଲା ରାଧିକା ରିଜେନ୍ସି ହୋଟେଲରେ ରହୁଥିଲେ ସୁସ୍ମିତା । ମଙ୍ଗଳବାର ସକାଳୁ ହୋଟେଲରୁ ବାହାରି ଆସିଥିଲେ। ସନ୍ଧ୍ୟାରେ ମୃତଦେହ ପୋଖରୀରୁ ଉଦ୍ଧାର କରଯାଇଥିଲା। ଏବେ ପୋଲିସ ପୋଷ୍ଟମର୍ଟମ ରିପୋର୍ଟକୁ ଅପେକ୍ଷା କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.