ଦିଲ୍ଲୀ ସ୍କୁଲକୁ ‘ବୋମା ଧମକ’; ପୋଲିସ ସହ ପହଞ୍ଚିଲା ବୋମା ନିଷ୍କ୍ରିୟକାରୀ ଦଳ

ରାଜଧାନୀ ଦିଲ୍ଲୀରେ ଥିବା ଏକ ସ୍କୁଲକୁ ବୋମା ଧମକ ମିଳିଛି। ଏହାକୁ ନେଇ ସ୍କୁଲରେ ଭୟର ବାତାବରଣ ଖେଳିଯାଇଥିଲା, ଯାହାପରେ ସ୍କୁଲ କ୍ୟାମ୍ପସ୍‌କୁ ତୁରନ୍ତ ଖାଲି କରି ଦିଆଯାଇଥିଲା। ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଆର୍‌କେ ପୁରମ୍‌ସ୍ଥିତ ଏକ ସ୍କୁଲର।

ରାଜଧାନୀ ଦିଲ୍ଲୀରେ ଥିବା ଏକ ସ୍କୁଲକୁ ବୋମା ଧମକ ମିଳିଛି। ଏହାକୁ ନେଇ ସ୍କୁଲରେ ଭୟର ବାତାବରଣ ଖେଳିଯାଇଥିଲା, ଯାହାପରେ ସ୍କୁଲ କ୍ୟାମ୍ପସ୍‌କୁ ତୁରନ୍ତ ଖାଲି କରି ଦିଆଯାଇଥିଲା। ଏହି ଘଟଣା ଦକ୍ଷିଣ ଦିଲ୍ଲୀର ଆର୍‌କେ ପୁରମ୍‌ସ୍ଥିତ ଏକ ସ୍କୁଲର।

ସୂଚନା ମୁତାବକ, ସ୍କୁଲକୁ ବୋମାରେ ଉଡ଼ାଇ ଦେବାକୁ ନେଇ ଏକ ଧମକପୂର୍ଣ୍ଣ ଇମେଲ୍‌ ମିଳିଥିଲା। ଏ ସମ୍ପର୍କରେ ଖବର ପାଇ ପୋଲିସ ସଙ୍ଗେ ସଙ୍ଗେ ଆକ୍ସନ ମୁଡ୍‌କୁ ଆସିଥିଲା। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ, ଅଗ୍ନିଶମ ବାହିନୀ ଏବଂ ସ୍ଥାନୀୟ ପୋଲିସ ପହଞ୍ଚିଥିଲା।

ମିଳିଥିବା ଖବର ଅନୁସାରେ, ଇମେଲ୍‌ରେ କୁହାଯାଇଥିଲା କି, ପ୍ରଧାନ ଆଚାର୍ଯ୍ୟଙ୍କ କକ୍ଷ ଆଖପାଖରେ ବୋମା ରଖାଯାଇଛି। ସକାଳେ ଏହି ଧମକ ମିଳିଥିଲା। ଏହାପରେ ଘଣ୍ଟା ଘଣ୍ଟା ଧରି ଚାଲିଥିବା ସର୍ଚ୍ଚ ଅପରେସନରେ କିଛି ବି ମିଳି ନ ଥିଲା। ତେଣୁ ଏହି ଖବର ମିଥ୍ୟା ବୋଲି କୁହାଯାଇଥିଲା।

କହି ରଖୁଛୁ, ଆର୍‌କେ ପୁରମ୍‌ର ସେକ୍ସର-୩ସ୍ଥିତ ଲାଲ୍‌ ବାହାଦୂର ଶାସ୍ତ୍ରୀ ସ୍କୁଲକୁ ଏହି ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା। ପୋଲିସ ତଦନ୍ତ ଆରମ୍ଭ କରି ମେଲ୍‌ର ଆଇପି ଠିକଣା ସହ ଅନ୍ୟାନ୍ୟ ଟେକ୍ନିକାଲ୍‌ ସୂଚନା ସଂଗ୍ରହ କରିବାରେ ଲାଗିଛି। ତେବେ ସ୍କୁଲ ପ୍ରଶାସନ ଆଶଙ୍କା କରୁଛି ଯେ ଏହି ଘଟଣା କୌଣସି ଦୁଷ୍ଟ ପିଲା କରିଥାଇପାରେ। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ପୂର୍ବରୁ ମଧ୍ୟ ଏହିପରି ଏକ ଘଟଣା ସାମ୍ନାକୁ ଆସିଥିଲା। ଚଳିତ ବର୍ଷ ଏପ୍ରିଲ ୧୨ରେ ଦିଲ୍ଲୀର ଡିଫେନ୍ସ କଲୋନୀରେ ଥିବା ଇଣ୍ଡିଆନ ସ୍କୁଲକୁ ଏକ ଧମକପୂର୍ଣ୍ଣ ଇମେଲ ଆସିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.